25.1 C
Bhubaneswar
Wednesday, October 28, 2026
Homeଓଡିଶାବାତ୍ୟା ‘ଅର୍ଣ୍ଣବ’: ରାୟଗଡ଼ା ପଦ୍ମପୁର ବ୍ଲକରେ ସ୍ଥିତି ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାତ୍ୟା ‘ଅର୍ଣ୍ଣବ’: ରାୟଗଡ଼ା ପଦ୍ମପୁର ବ୍ଲକରେ ସ୍ଥିତି ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ରାୟଗଡ଼ା / ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଗସ୍ତ ସମୟରେ ସେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକ ବୁଲି ଦେଖିବା ସହ ସ୍ଥାନୀୟ ପ୍ରଭାବିତ ଲୋକମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସୁବିଧା-ଅସୁବିଧା ବାବଦରେ ପଚାରି ବୁଝିଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ଦ୍ୱାରା ପ୍ରଭାବିତ ପ୍ରତ୍ୟେକ ପରିବାର ପାଖରେ ସରକାରୀ ସହାୟତା ଯେପରି ତୁରନ୍ତ ପହଞ୍ଚିପାରିବ, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷତିଗ୍ରସ୍ତ ଘର, ଫସଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସେବାର ତୁରନ୍ତ ଆକଳନ କରି ପ୍ରଭାବିତଙ୍କୁ ରିଲିଫ୍ ଓ ସହାୟତା ଯୋଗାଇ ଦେବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking