24.1 C
Bhubaneswar
Wednesday, October 28, 2026
Homeଓଡିଶାଆଗାମୀ ୨୪ ଘଣ୍ଟା ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ

ଆଗାମୀ ୨୪ ଘଣ୍ଟା ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା, ପବନ। ଆଜି ସନ୍ଧ୍ୟା ହେଉଛି ଗୁରୁତ୍ୱପୂର୍ଣ୍ଣ। ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ ଅର୍ଣ୍ଣବ।ଏନେଇ ବୁଧବାର ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ମାଲକାନଗିରି ପାଖାପାଖି ଆସିବା ବେଳକୁ ଆହୁରି ଦୁର୍ବଳ ହେବ ଅର୍ଣ୍ଣବ। ଏହା ଅବପାତ କିମ୍ବା ଗଭୀର ଅବପାତ ହୋଇ ମାଲକାନଗିରି ଅତିକ୍ରମ କରିବ। ତେବେ ବାତ୍ୟା ଅର୍ଣ୍ଣବ ପ୍ରଭାବ ଯୋଗୁଁଁ ଆଗାମୀ ୨୪ ଘଣ୍ଟା ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ୪୮ ଘଣ୍ଟା ଯାଏଁ ଉତ୍ତର-ଉତ୍ତର ପଶ୍ଚିମ ଦିଗ ମୁହାଁ ହେବ ଅର୍ଣ୍ଣବ। ପ୍ରଚୁର ଜଳୀୟବାଷ୍ପ ବଙ୍ଗୋପସାଗରରୁ ଓଡିଶା ମୁହାଁ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବର୍ଷା ଦୃଷ୍ଟିରୁ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking