ମାଦ୍ରିଦ: ସ୍ପେନର ପରିବହନ ମନ୍ତ୍ରୀ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମାଦ୍ରିଦର ଦକ୍ଷିଣରେ ଏକ ହାଇ-ସ୍ପିଡ୍ ଟ୍ରେନ୍ ଦୁର୍ଘଟଣାର ଛଅ ଦିନ ପରେ ସେ ନିଜକୁ ଉତ୍ତରଦାୟୀ କରି ମଙ୍ଗଳବାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ଘଟଣାରେ ୬୯ ଜଣଙ୍କର ମୃତ୍ୟୁ ଘଟିଥିଲା। ପରିବହନ ମନ୍ତ୍ରୀ ଅସ୍କାର ପୁଏଣ୍ଟେ ସାଂସଦଙ୍କ ସମ୍ମୁଖରେ ଏକ ଘଣ୍ଟା ଧରି ନିଜର ମତ ରଖି ଶେଷରେ ଏହି ଘୋଷଣା କରିଛନ୍ତି।
ଉଲ୍ଲେଖନୀୟ, ଏହି ଦୁର୍ଘଟଣା ସ୍ପେନର ବିଶାଳ ହାଇ-ସ୍ପିଡ୍ ରେଳ ନେଟୱାର୍କରେ ଚଳିତ ବର୍ଷ ଦ୍ୱିତୀୟ ଏଭଳି ମାରାତ୍ମକ ଦୁର୍ଘଟଣା ଥିଲା।ସ୍ପେନ୍ ଭଳି ଦେଶରେ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଦୁଇଟି ଦୁର୍ଘଟଣା ପରେ କୌଣସି ପରିବହନ ମନ୍ତ୍ରୀ ପଦବୀରେ ରହିପାରିବେ ନାହିଁ। ଏହା ରାଜନୈତିକ ମର୍ଯ୍ୟାଦା ଏବଂ ପୀଡିତଙ୍କ ପ୍ରତି ସହାନୁଭୂତିର ପ୍ରଶ୍ନ ବୋଲି ଅସ୍କାର ପୁଏଣ୍ଟେ ସାଂସଦଙ୍କୁ କହିଥିଲେ। ଅକ୍ଟୋବର ୨୮ ତାରିଖରେ ଦୁର୍ଘଟଣା ଘଟିଥିଲା। ଏକ ଦ୍ରୁତଗାମୀ ଟ୍ରେନ୍ ଟ୍ରାକରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରେନ୍ ସହିତ ଧକ୍କା ଦେଇଥିଲା। ମାଡ୍ରିଡ୍-ସେଭିଲ୍ ଲାଇନରେ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା ବିଫଳ ହେବା ଯୋଗୁଁ ଦୁର୍ଘଟଣା ହୋଇଥିଲା।










