27.1 C
Bhubaneswar
Saturday, October 31, 2026
Homeଓଡିଶାଗଞ୍ଜାମରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟସରକାରଙ୍କ ସମନ୍ୱିତ ପ୍ରୟାସ

ଗଞ୍ଜାମରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟସରକାରଙ୍କ ସମନ୍ୱିତ ପ୍ରୟାସ

ଭୁବନେଶ୍ବର / ଗଞ୍ଜାମ: ଗଞ୍ଜାମ ଜିଲ୍ଲାର କନ୍ଧମାଳ ସୀମାନ୍ତବର୍ତ୍ତୀ ବାଇବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଡ଼ମା ରାଜସ୍ୱ ଗ୍ରାମର ଗିଡ଼ିପାବଲିଠାରେ ନିଖୋଜ ବ୍ୟକ୍ତିମାନଙ୍କୁ ଠାବ କରିବା ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ହେଲିକପ୍ଟର ଯୋଗେ ତିନୋଟି ଅତ୍ୟାଧୁନିକ ସନ୍ଧାନ ଉପକରଣ ଘୁ. ଉଦୟଗିରିକୁ ନିଆଯାଉଥିଲା। ଏହି ଉପକରଣଗୁଡ଼ିକ ମଧ୍ୟରେ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ (ସିସ୍ମିକ୍), ଭାଇବ୍ରେସନ୍ ଡିଟେକ୍ସନ୍ ୟୁନିଟ୍ ଏବଂ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ରହିଛି। – ତେବେ ପ୍ରତିକୂଳ ପାଣିପାଗ ଯୋଗୁଁ ହେଲିକପ୍ଟରଟି ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିପାରିନଥିଲା। ଏହି ଉପକରଣଗୁଡ଼ିକୁ ବର୍ତ୍ତମାନ ସଡ଼କ ପଥରେ ପଠାଯାଉଛି ଏବଂ ଆସନ୍ତାକାଲି ସକାଳର ପ୍ରଥମ ପର୍ଯ୍ୟାୟରୁ ଏଗୁଡ଼ିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ। – ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ବିଭିନ୍ନ ଆହ୍ୱାନ ସୃଷ୍ଟି ହେଉଛି। ତେବେ, ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଉଦ୍ଧାର ଅଭିଯାନରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଏବଂ ଓଡ଼ିଶା ଅଗ୍ନିଶମ ସେବା ବିଭାଗର ଟିମ୍‌ ସହିତ ଭାରତୀୟ ରେଳବାଇର ଉଦ୍ଧାରକାରୀ ଦଳ ମଧ୍ୟ ସାମିଲ ହୋଇଛନ୍ତି। – ପ୍ରଭାବିତ ଅଞ୍ଚଳରେ ପହଞ୍ଚିବାରେ ରହିଥିବା ଅସୁବିଧା ଏବଂ ପ୍ରତିକୂଳ ପାଣିପାଗ ସତ୍ତ୍ୱେ, ବିଶେଷଜ୍ଞମାନଙ୍କ ସହ ପରାମର୍ଶ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିଖୋଜ ବ୍ୟକ୍ତିମାନଙ୍କୁ ଠାବ କରିବା ତଥା ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ନିମନ୍ତେ ସମସ୍ତ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking