29.1 C
Bhubaneswar
Saturday, October 31, 2026
Homeଓଡିଶାଜାତୀୟ ବିଜ୍ଞାନ ସେମିନାର ୨୦୨୬ରେ ଓଡ଼ିଶାର ଛାତ୍ରୀ ସୌମ୍ୟାଶ୍ରୀ ଥନାପତିଙ୍କ ସଫଳତା

ଜାତୀୟ ବିଜ୍ଞାନ ସେମିନାର ୨୦୨୬ରେ ଓଡ଼ିଶାର ଛାତ୍ରୀ ସୌମ୍ୟାଶ୍ରୀ ଥନାପତିଙ୍କ ସଫଳତା

୧୩ ବର୍ଷ ପରେ ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ପାଇଁ ଆଣିଲେ ଗୌରବ

ଭୁବନେଶ୍ୱର:  ଜାତୀୟସ୍ତରରେ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇସିଂହାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି । ନୂଆଦିଲ୍ଲୀସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ରଠାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (NCSM) ପକ୍ଷରୁ ଆୟୋଜିତ ଜାତୀୟ ବିଜ୍ଞାନ ସେମିନାର ୨୦୨୬ରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ସହ ପ୍ରତିଯୋଗିତା କରି ସୌମ୍ୟାଶ୍ରୀ ‘Indian Energy Basket 2047: Prospects and Challenges’ ବିଷୟବସ୍ତୁ ଉପରେ ଏକ ଉଚ୍ଚକୋଟୀର ଓ ତଥ୍ୟଭିତ୍ତିକ ଉପସ୍ଥାପନା କରି ବିଚାରକମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ବିବେଚିତ ହୋଇଥିଲେ । ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ଓଡ଼ିଶା ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରି ଏହି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି ।

ଏହି ଉଲ୍ଲେଖନୀୟ ସଫଳତା ପଛରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS)ର ମାର୍ଗଦର୍ଶନ ଓ ସହଯୋଗ, ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିରନ୍ତର ପ୍ରୟାସ, ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଓଡ଼ିଶାର ସହଯୋଗ ରହିଛି । ଏଥିସହ ତାଙ୍କ ବିଜ୍ଞାନ ଶିକ୍ଷକ, ମାର୍ଗଦର୍ଶକ ଓ ଅଭିଭାବକଙ୍କ ନିଷ୍ଠାପର ଉଦ୍ୟମ ଓ ପ୍ରେରଣା ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ସୌମ୍ୟାଶ୍ରୀଙ୍କ ସଫଳତା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତର କାମନା କରାଯାଇଛି । ତାଙ୍କର ଏହି ସଫଳତା ଗ୍ରାମାଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବା ସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଉତ୍କର୍ଷ ହାସଲ କରିବାକୁ ପ୍ରେରଣା ଯୋଗାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking