31.1 C
Bhubaneswar
Wednesday, November 4, 2026
Homeଦେଶ ବିଦେଶଆମେରିକୀୟ ସଂସଦରେ ଭାରତୀୟଙ୍କ ଦବ୍‌ଦବା: ବାଜିମାତ୍‌ କଲେ ପିୟା ଡାଣ୍ଡିଆ

ଆମେରିକୀୟ ସଂସଦରେ ଭାରତୀୟଙ୍କ ଦବ୍‌ଦବା: ବାଜିମାତ୍‌ କଲେ ପିୟା ଡାଣ୍ଡିଆ

ଓ଼୍ବାଶିଂଟନ : ଆମେରିକାରେ ମିଡଟର୍ମ ନିର୍ୱାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏହି ର୍ନିବାଚନର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ଦେଖିବାକୁ ମିଳିବ। ଗଣତି ଚାଲିଛି ଏବଂ ଶୀଘ୍ର ଏହାର ଫଳାଫଳ ଆସିବାକୁ ଲାଗିବ। ଆମେରିକୀୟ ମିଡଟର୍ମ ନିର୍ୱାଚନରେ ଭାରତବଂଶୀମାନେ ନିଜର ଉପସ୍ଥିତି ଦର୍ଶାଇଛନ୍ତି। ଆସନ୍ତୁ ଆପଣଙ୍କୁ ସେହି ଭାରତବଂଶୀ ଲୋକଙ୍କ ବିଷୟରେ ଜଣାଇବା, ଯେଉଁମାନେ ବିଜୟ ହାସଲ କରିଛନ୍ତି ଏବଂ ଯେଉଁମାନେ ପରାାଜୟର ସମ୍ମୁଖୀନ ହେଉଛନ୍ତି।ରୋ ଖନ୍ନା, ଅମି ବେରା, ପ୍ରମିଳା ଜୟପାଲ ଏବଂ ସୁହାସ ସୁବ୍ରମଣ୍ୟମ ସେହି ଭାରତୀୟ-ଆମେରିକୀୟ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ଆମେରିକୀୟ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍ସରେ ପୁନର୍ୱାର ର୍ନିବାଚିତ ହେବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ ଡେମୋକ୍ରାଟିକ ପାର୍ଟିର ପିୟା ଡାଣ୍ଡିଆ ଏବଂ ଅମିଶ ଶାହା ମଧ୍ୟ ର୍ନିବାଚନ ମଇଦାନରେ ଅଛନ୍ତି।ଫ୍ଲୋରିଡାରୁ ଡେମୋକ୍ରାଟିକ ପ୍ରାର୍ଥୀ ପିୟା ଡାଣ୍ଡିଆ ଜିତିଛନ୍ତି। ପିୟା ଫ୍ଲୋରିଡାର ୨୨ତମ କଂଗ୍ରେସନାଲ ଜିଲ୍ଲାରୁ ବିଜୟ ହାସଲ କରିଛନ୍ତି। ଡିସିଜନ ଡେସ୍କ ଏଚ୍ୟୁ ତାଙ୍କୁ ବିଜେତା ଘୋଷଣା କରିଛି। ପିୟାଙ୍କୁ ପ୍ରାୟ ୫୨.୨ ପ୍ରତିଶତ ଭୋଟ ମିଳିଛି।ଡେମୋକ୍ରାଟିକ ପାର୍ଟିର ସୁହାସ ସୁବ୍ରମଣ୍ୟମ ଏବଂ ଅରୁଣା ମିଲର ମଧ୍ୟ ବିଜୟ ହାସଲ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking