28.8 C
Bhubaneswar
Tuesday, June 30, 2026
Homeଓଡିଶାଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା : ଭାଲୁ ଆକ୍ରମଣରେ ମହିଳା ଗୁରୁତର । ପାଟଣା ବନାଞ୍ଚଳ ସାହାରପଡା ବ୍ଲକରେ ଭାଲୁ ଆତଙ୍କ। ସୂଚନା ଅନୁଯାୟୀ, ଆଜି ଭୋରରୁ କିଛି ଲୋକ ଦାନ୍ତ କାଠି ଭାଙ୍ଗିବା ପାଇଁ ଗାଁ ନିକଟରେ ଥିବା ଜଙ୍ଗଲ କୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଭାଲୁ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ କଂସଲା ମୁଣ୍ଡା ବୋଲି ଜଣାପଡିଛି । ଭାଲୁ ଆକ୍ରମଣରେ କଂସଲାଙ୍କ ମୁଣ୍ଡ,ଗୋଡ଼,ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଛନ୍ତି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking