28.8 C
Bhubaneswar
Tuesday, June 30, 2026
Homeଓଡିଶାପ୍ରବଳ ବର୍ଷା ଯୋଗୁଁ ଟ୍ବିନ ସିଟିରେ ସଂଗିନ ସ୍ଥିତି

ପ୍ରବଳ ବର୍ଷା ଯୋଗୁଁ ଟ୍ବିନ ସିଟିରେ ସଂଗିନ ସ୍ଥିତି

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ଟ୍ବିନ ସିଟି କଟକ ଏବଂ ଭୁବନେଶ୍ୱରର ସ୍ଥିତି ସଂଗିନ ହୋଇପଡ଼ିଛି। ବିଭିନ୍ନ ତଳିଆ ଅଞ୍ଚଳ ତଥା ମୁଖ୍ୟ ରାସ୍ତାରେ ଅଣ୍ଟାଏ ଲେଖାଏଁ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ବିଶେଷ କରି ‘ସ୍ମାର୍ଟ ସିଟି’ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସହରର ଜଳ ନିଷ୍କାସନ ବା ଡ୍ରେନେଜ୍ ବ୍ୟବସ୍ଥାର ଅସଲମୁଖାକୁ ଖୋଲି ଦେଇଛି। ପ୍ରଶାସନର ବଡ଼ ବଡ଼ ଦାବି ସତ୍ତ୍ୱେ ସାମାନ୍ୟ ବର୍ଷାରେ ସହର ପାଣିରେ ବୁଡ଼ିବା ସ୍ଥାନୀୟ ବାସିନ୍ଦାଙ୍କୁ ଅତିଷ୍ଠ କରିଛି। ରାସ୍ତାରେ ଆଣ୍ଠୁଏରୁ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ଜମି ରହିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗାଡ଼ି ମୋଟର ରାସ୍ତା ମଝିରେ ଅଟକି ରହିବା ସହ ଅଫିସ୍ ଯାଉଥିବା ଲୋକ ଓ ସ୍କୁଲ ପିଲାମାନେ ଗମନାଗମନରେ ଚରମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ସେହିପରି ବାରିପଦାରେ ପ୍ରବଳ ବର୍ଷା ରେକର୍ଡ। ଗତକାଲି ରାତିରେ ୧୩୫ ଏମଏମ ବର୍ଷା ରେକର୍ଡ। ବାରିପଦା ସହର ସହିତ ଆଖ ପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଗତକାଲି ସନ୍ଧ୍ୟା ୮ଟାରୁ ବର୍ଷା ଆରମ୍ଭ ହୋଇ ପ୍ରାୟ ଦେଢ଼ ଘଣ୍ଟା ଧରି ପ୍ରବଳ ବର୍ଷିଥିଲା। କିନ୍ତୁ ରାତ୍ରି ୨.୩୦ ସମୟରେ ସ୍ଥିତି ସାଂଘାତିକ ହୋଇଥିଲା। ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ୨ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି। ତେବେ ଏହି ବର୍ଷାରେ ଗତକାଲି ରାତିରେ ବାରିପଦା ସହରର କିଛି ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସକାଳେ ସକାଳେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking