31.1 C
Bhubaneswar
Monday, November 23, 2026
Homeଦେଶ ବିଦେଶଭାରତ-ନେପାଳ ମଧ୍ୟରେ ୮ଟି ବୁଝାମଣା

ଭାରତ-ନେପାଳ ମଧ୍ୟରେ ୮ଟି ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଛି । ଏହି ବୈଠକରେ ନେପାଳର ବନ୍ୟା ବିପର୍ଯ୍ୟୟ ପରେ ପୁନର୍ନିର୍ମାଣ ପାଇଁ ୧୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦୀ । ଏହାସହ ଦୁଇ ଦେଶ ମଧ୍ୟରେ ୮ଟି ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି । ଏହି ବୁଝାମଣା ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ମହାକାଶ ଗବେଷଣା, ନଗର ଉନ୍ନୟନ ଓ ପାରମ୍ପରିକ ଚିକିତ୍ସା ଭଳି କ୍ଷେତ୍ର ସାମିଲ ରହିଛି । ଦ୍ୱିପାକ୍ଷିକ ବୈଠକ ପରେ ମିଳିତ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ପାଇଁ ୨୪ ହଜାର କୋଟି ନେପାଳୀ ଟଙ୍କାର ବିକାଶ ସହଯୋଗ ପ୍ୟାକେଜ୍ ଘୋଷଣା କରିଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା ।

ନେପାଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଭରଣା, ଭିତ୍ତିଭୂମିର ପୁନର୍ନିର୍ମାଣ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବାରେ ଏହି ଅର୍ଥ ବ୍ୟବହାର ହେବ। ବନ୍ୟାରେ ଘରଦ୍ୱାର ଓ ଜୀବିକା ହରାଇଥିବା ଲୋକଙ୍କୁ ଏହା ସହାୟତା କରିବ ।ମୋଦୀ କହିଛନ୍ତି ଯେ, ଭାରତ ଓ ନେପାଳ କେବଳ ପଡ଼ୋଶୀ ନୁହନ୍ତି, ବରଂ ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଓ ବନ୍ଧୁତାର ଗଭୀର ସମ୍ପର୍କ ରହିଛି । ଉଭୟ ଦେଶର ଆକାଂକ୍ଷା ଓ ଆହ୍ୱାନ ସମାନ। କଠିନ ସମୟରେ ଭାରତ ସବୁବେଳେ ନେପାଳ ସହ ଛିଡ଼ା ହୋଇଛି । ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦୃଷ୍ଟିକୋଣ ଓ ଦେଶର ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତାକୁ ମୋଦୀ ପ୍ରଶଂସା କରିଛନ୍ତି । ବାଲେନ ଶାହଙ୍କ ନେତୃତ୍ୱକୁ ନେଇ ନେପାଳର ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ପ୍ରତିଫଳିତ ହେଉଥିବା ସେ କହିଛନ୍ତି । ବାଲେନ ଶାହ କହିଛନ୍ତି, ଭାରତ ଓ ନେପାଳର ସମ୍ପର୍କ ହିମାଳୟ ପରି ଅଟଳ ଏବଂ ସମୁଦ୍ର ପରି ବିଶାଳ। ଏହି ସମ୍ପର୍କକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ । ପ୍ରାକୃତିକ ବିପର୍ଯ୍ୟୟ ଓ କଠିନ ସମୟରେ ଭାରତ ସବୁବେଳେ ନେପାଳକୁ ସହାୟତା କରିଆସିଛି । ଏଥିପାଇଁ ସେ ଭାରତ ସରକାର ଓ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଭାରତ ଓ ନେପାଳ ମଧ୍ୟରେ ୮ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking