ଚିତ୍ରକୋଣ୍ଡା: ଆସନ୍ନ ବାତ୍ୟା ଅକଭାନ୍କୁ ଆଖି ଆଗରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାର ଗେଟ୍। ଆଗକୁ ସମ୍ଭାବ୍ୟ ବାତ୍ୟା ଅକଭାନ ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାକୁ ଲାଗି ରହିଛି ବାଲିମେଳା ଜଳଭଣ୍ଡାର। ୬୫ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପିଛି ଏହି ଜଳଭଣ୍ଡାର। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ରହିଛି ୧୫୬୧ ଫୁଟ। ବର୍ତମାନ ଜଳସ୍ତର ରହିଛି ୧୫୦୭.୪୧। ଆଗକୁ ବାତ୍ୟା ଅକଭାନ ପ୍ରଭାବରେ ଅଧିକ ବର୍ଷା ଆଶଙ୍କାରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୂର୍ବରୁ ଜଳଭଣ୍ଡାରର ଜଳସ୍ତରକୁ ସ୍ଥିର ରଖିବା ପାଇଁ ଗତ କାଲି ରାତ୍ର ଦଶଟାରେ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଦୁଇଟି ରେଡ଼ିଇଲ ଗେଟ ଓ ଦୁଇଟି ସଲୁଇସ ଗେଟ ଯୋଗେ ପ୍ରତି ସେକେଣ୍ଡରେ ୧୦୫୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ବେଳେ ଆଜି ସକାଳରୁ ଆଉ ଦୁଇଟି ରେଡ଼ିଆଲ ଗେଟ ଖୋଲା ଯାଇଛି।










