26.1 C
Bhubaneswar
Tuesday, November 17, 2026
Homeଓଡିଶାଫିଲିପାଇନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

ଫିଲିପାଇନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍‌. ମାର୍କୋସ୍ ଜୁନିୟର୍‌ଙ୍କ ନିମନ୍ତ୍ରଣ କ୍ରମେ, ମୁଁ ଆଜି ମନିଲା ଗସ୍ତ କରୁଛି । ମୁଁ ସେଠାରେ ୧୭ ନଭେମ୍ବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ୨୩ତମ ଆସିଆନ୍‌-ଭାରତ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବି ।ଆସିଆନ୍ ଦେଶଗୁଡିକ ସହିତ ଆମର ସମ୍ପର୍କ ଭାରତର ‘ଆକ୍ଟ ଇଷ୍ଟ ପଲିସି’ର ମୂଳ ଆଧାର ଅଟେ ଏବଂ ଆମର ‘ମହାସାଗର’ ଦୃଷ୍ଟିକୋଣରେ ଏହା ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଥିବା ସଭ୍ୟତାଗତ ଆଦାନପ୍ରଦାନ ଉପରେ ଆଧାରିତ ଆମର ଏହି ସମ୍ପର୍କ ବର୍ତ୍ତମାନ ବାଣିଜ୍ୟ, ସଂଯୋଗୀକରଣ, ସାମୁଦ୍ରିକ ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରକୁ ବ୍ୟାପି ଏକ ଗତିଶୀଳ ଭାଗିଦାରୀରେ ପରିଣତ ହୋଇଛି ।

ଆସିଆନ୍‌-ଭାରତ ଶିଖର ସମ୍ମିଳନୀରେ, ମୁଁ ଅନ୍ୟ ନେତାମାନଙ୍କ ସହ ମିଶି ଆମର ‘ବ୍ୟାପକ ରଣନୀତିକ ଭାଗିଦାରୀ’ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ଆହୁରି ଆଗକୁ ନେବାକୁ ଏବଂ ବିକାଶ, ସଂଯୋଗୀକରଣ ତଥା ସମୃଦ୍ଧି ପାଇଁ ଆମର ସାଧାରଣ ଆକାଂକ୍ଷାଗୁଡିକ ଅଧିକ ଗତିଶୀଳ କରିବାକୁ ଆଗ୍ରହୀ ରହିଛି ।ପୂର୍ବ ଏସିଆ ଶିଖର ସମ୍ମିଳନୀ ଆଞ୍ଚଳିକ ଏବଂ ବିଶ୍ୱ ଚ୍ୟାଲେଞ୍ଜ ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରେ । ଭାରତ-ପ୍ରଶାନ୍ତ ମହାସାଗର ଶାନ୍ତି, ସ୍ଥିରତା ଏବଂ ସହଯୋଗକୁ ସୁଦୃଢ଼ କରିବା ପାଇଁ ମୁଁ ଅଂଶଗ୍ରହଣକାରୀ ନେତାମାନଙ୍କ ସହିତ ମତ ବିନିମୟ କରିବାକୁ ଅପେକ୍ଷା କରିଛି ।

ମୁଁ ଫିଲିପାଇନ୍ସରେ ସ୍ପନ୍ଦନଶୀଳ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିବାକୁ ମଧ୍ୟ ଅପେକ୍ଷା କରିଛି, ଯାହାଙ୍କ ଅବଦାନ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ବନ୍ଧନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।ମୁଁ ନିଶ୍ଚିତ ଯେ ଏହି ଗସ୍ତ ଆସିଆନ ସହିତ ଭାରତର ସହଭାଗୀତାକୁ ନୂତନ ଶକ୍ତି ପ୍ରଦାନ କରିବ ଏବଂ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ତଥା ସ୍ଥିର ଭାରତ-ପ୍ରଶାନ୍ତ ମହାସାଗର ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking