ଭୁବନେଶ୍ୱର: ଗଞ୍ଜାମରେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି, ଗଞ୍ଜାମବାସୀ କ୍ଷତିପୂରଣ ପାଇବେ । ଚାଷ ଜମି ବହୁତ କ୍ଷତି ହୋଇଛି, ଧାନ ଫସଲ ଉଜୁଡି ଯାଇଛି । କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ କ୍ଷତିପୂରଣ ମିଳିବ । ପୁରୁଷୋତ୍ତମପୁରର ହାଣ୍ଡିଘର ଓ ଛତ୍ରପୁର ବଉଳ ଗାଁ ଯାଇ ସ୍ଥିତି ଦେଖିଲି । ଅର୍ଣ୍ଣବ ପ୍ରଭାବ ସଂପୂର୍ଣ୍ଣ ଯାଇ ନଥିବା ବେଳେ ଅକୱାନ କ୍ଷୟକ୍ଷତି କରି ଚାଲିଯାଇଛି । ୨ଟି ବାତ୍ୟାରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରିଥିଲୁ । ତେବେ ଅକୱାନ ପ୍ରଭାବରେ କୌଣସି ଜୀବନହାନୀ ହୋଇନି । ଗଞ୍ଜାମ ସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିଲେ କ୍ଷତିପୂରଣ ମିଳିବ । ରାସନ କାର୍ଡ ନଥିଲେ ବି ସହାୟତା ମିଳିବ, ବ୍ଲକରେ ଆସି ଦରଖାସ୍ତ ଦିଅନ୍ତୁ । ଡୋର ଡୁ ଡୋର ସର୍ଭେ ଚାଲିଛି । ଏଭଳି ଲୋକଙ୍କୁ ଚିହ୍ନଟ କରି ସହାୟତା ଦେବୁ ।










