ଭୁବନେଶ୍ୱର: ବିଧାନଭାରେ ଚିଟଫଣ୍ଡ ଟଙ୍କା ଫେରସ୍ତକୁ ନେଇ ମଧ୍ୟ ତଥ୍ୟ ରଖିଛନ୍ତି ସରକାର । ରାଜ୍ୟରେ ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ ଫେରିଛି ୯୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ଆଉ ଏହି ତାଲିକାରେ ଗଞ୍ଜାମ ଜିଲ୍ଲାର ଜମାକାରୀଙ୍କ ସଂଖ୍ୟା ସର୍ବାଧିକ । ଗଂଜାମର ୧ ଲକ୍ଷ ୧୪ ହଜାର ୪ ଶହ ୧ ଜଣ ଜମାକାରୀଙ୍କୁ ଫେରାଇ ଦିଆଯାଇଛି ୪୧ କୋଟି ୪୪ ଲକ୍ଷ ଟଙ୍କା । ଗୋଲ୍ଡେନ ଲ୍ୟାଣ୍ଡ , ହାଇଟେକ ଏବଂ ରୋଜ ଭ୍ୟାଲି ଭଳି ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରିଥିବା ଲୋକଙ୍କୁ ଜମା ଟଙ୍କା ଫେରସ୍ତ ହୋଇଛି ।









