30.1 C
Bhubaneswar
Monday, November 23, 2026
Homeଓଡିଶାମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରତି ଗାଁରେ ପହଞ୍ଚିବ ଇଣ୍ଟରନେଟ୍ ସେବା

ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରତି ଗାଁରେ ପହଞ୍ଚିବ ଇଣ୍ଟରନେଟ୍ ସେବା

ଭୁବନେଶ୍ୱର: ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତି ଗାଁରେ ପହଞ୍ଚିବ ଇଣ୍ଟରନେଟ୍ ସେବା। ଗ୍ରାମାଞ୍ଚଳରେ ଡିଜିଟାଲ୍ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାରେ ଆରମ୍ଭ ହେବ ଭାରତନେଟ୍ ଫେଜ୍-୩ କାର୍ଯ୍ୟକ୍ରମ। ଏହି ପ୍ରକଳ୍ପ ପାଇଁ ମୋଟ ୩ ହଜାର ୩୮୪ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ଗାଁକୁ ଅପ୍ଟିକାଲ୍ ଫାଇବର ମାଧ୍ୟମରେ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି। ଏଥିସହ ରାଜ୍ୟର ୩୧୪ଟି ବ୍ଲକ୍‌ରେ ଡାଟା ଏକ୍ସଚେଞ୍ଜ ସେଣ୍ଟର ଭଳି ଭିତ୍ତିଭୂମି ବିକଶିତ କରାଯିବ।ପୂର୍ବରୁ ଯେପରି ଗାଁ ଗାଁରେ ଟେଲିଫୋନ୍ ବୁଥ୍ ଜରିଆରେ ଯୋଗାଯୋଗ ସୁବିଧା ମିଳୁଥିଲା, ସେହିଭଳି ଏବେ ପ୍ରତି ଗାଁରେ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବାକୁ ସରକାର ଯୋଜନା କରିଛନ୍ତି। ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟକାରୀ କରିବେ। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ ହେବା ଦ୍ୱାରା ଅନଲାଇନ୍ ଶିକ୍ଷା, ଡିଜିଟାଲ୍ ସେବା, ସ୍ୱାସ୍ଥ୍ୟସେବା ଓ ସରକାରୀ ଯୋଜନାର ସୁବିଧା ପାଇବା ଅଧିକ ସହଜ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking