30.1 C
Bhubaneswar
Monday, November 23, 2026
Homeଓଡିଶାଅଢେଇ ବର୍ଷରେ ଭିଜିଲାନ୍ସ ଫାଶରେ ୭୦୬ ସରକାରୀ ଅଧିକାରୀ ଓ କର୍ମଚାରୀ

ଅଢେଇ ବର୍ଷରେ ଭିଜିଲାନ୍ସ ଫାଶରେ ୭୦୬ ସରକାରୀ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ୱର: ଅଢେଇ ବର୍ଷରେ ଭିଜିଲାନ୍ସ ଜାଲରେ ଫସିଲେଣି ୭୦୬ ସରକାରୀ ଅଧିକାରୀ ଓ କର୍ମଚାରୀ। ଦୁର୍ନୀତି ବିରୋଧରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନର ଏହି ଚିତ୍ର ବିଧାନସଭାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୋଟ ୫୨୫ଟି ମାମଲାରେ ୭୦୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଏହି ସମୟ ମଧ୍ୟରେ ୧୪୧ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୨୩୭ଟି ଲାଞ୍ଚ ମାମଲା ଏବଂ ୧୪୭ଟି ଅର୍ଥ ଆତ୍ମସାତ ମାମଲା ରୁଜୁ କରିଛି ଭିଜିଲାନ୍ସ । ଏହି ସବୁ ମାମଲାରେ ସମ୍ପୃକ୍ତ ୭୦୬ ଜଣଙ୍କ ମଧ୍ୟରେ ୧୩୫ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ , ୧୧୪ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ , ୩୮୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ୫୯ ଜଣ ଅନ୍ୟ ଲୋକସେବକ ରହିଛନ୍ତି । ସେହିପରି ଭିଜିଲାନ୍ସର ୫୨୫ ଟି ମାମଲାର ମୋଟ ୫୫୦ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୨୪୬ ଜଣ ସରକାରୀ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking