30.1 C
Bhubaneswar
Monday, November 23, 2026
Homeଓଡିଶାଆଜି ପାରାଦୀପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପାରାଦୀପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପାରାଦ୍ୱୀପ: ଓଡିଶାର ଦ୍ୱିତୀୟ ବୃହତ ବାଲିଯାତ୍ରା ପାରାଦୀପ କଳିଙ୍ଗ ବାଲିଯାତ୍ରା ସୋମବାରଠୁ ଆରମ୍ଭ ହେଉଛି । ଉତ୍ସବ ଆୟୋଜନରେ ପ୍ରଶାସନ ପକ୍ଷରୁ ଏବେ ଶେଷ ସ୍ପର୍ଶ ଦିଆଯାଉଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ଗୋପବନ୍ଧୁ ଷ୍ଟାଡିୟମରେ ସିଧାସଳଖ ପହଞ୍ଚିବେ । ସେଠାରୁ ବାଲିଯାତ୍ରା ପଡିଆକୁ ଆସିବେ । ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ଉତ୍ସବକୁ ଉଦଘାଟନ କରିବେ । ଏଥିପାଇଁ ପଡିଆରେ ବିଭିନ୍ନ ସ୍ଥାନରେ ୬୦ ସିସିଟିଭି ଲାଗିଛି । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପଡିଆକୁ ପ୍ରଥମେ ଡଗସ୍କ୍ୱାଡ, ବମ ସ୍କ୍ୱାଡ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ଡୋର ଫ୍ରେମ ମେଟାଲ ଡିଟେକ୍ଟର ଓ ହ୍ୟାଣ୍ଡ ହୋଲ୍ଡିଂ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ କରାଯିବ । ସୁରକ୍ଷା ଦାୟିତ୍ୱରେ ୬ ଡିଏସପି, ୧୫ ଇନ୍ସପେକ୍ଟର, ୩୦ ଏସଆଇ ଓ ୫୦ ଜଣ ଏଏସଆଇ ରହିବେ । ବାଲିଯାତ୍ରା ଅବସରରେ ଅନେକ ପ୍ରକାରର ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking