ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଳକର ଜଗନ୍ନାଥପୁର ଗାଁରେ ଗ୍ରାମବାସୀଙ୍କୁ ଡ଼ରାଉଛି ବାଘ। ସୂଚନା ଅନୁସାରେ, ବୁଧବାର ଗାଁ ଲୋକ ଗାଁ ନିକଟରେ ଥିବା ଜଙ୍ଗଲରେ ବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ ପରେ ଏହି ଖବର ଗାଁରେ ଆତଙ୍କ ଖେଳାଇଦେଇଥିଲା । ଗ୍ରାମବାସୀମାନେ ତୁରନ୍ତ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ, ବନବିଭାଗ ପହଞ୍ଚି ବାଘକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି । ବାଘଟି କଲରାପତରିଆ ବାଘ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଦିନକୁ ଦିନ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ବନ୍ୟଜନ୍ତୁ ଭୟରେ ଲୋକ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି ।