34.1 C
Bhubaneswar
Saturday, May 18, 2024
Homeଖେଳଜୁନ୍‌ରେ ଭାରତ ଆସିବ ସାଉଥ୍ ଆଫ୍ରିକା ମହିଳା ଟିମ୍‌

ଜୁନ୍‌ରେ ଭାରତ ଆସିବ ସାଉଥ୍ ଆଫ୍ରିକା ମହିଳା ଟିମ୍‌

ମୁମ୍ବାଇ: ଭାରତ ଜୁନ୍ ଓ ଜୁଲାଇରେ ସାଉଥ୍ ଆଫ୍ରିକା ମହିଳା ଟିମ୍ ବିପକ୍ଷରେ ଗୋଟିଏ ଟେଷ୍ଟ୍‌, ତିନିଟି ଦିନିକିଆ ଏବଂ ତିନି ଟି-୨୦ ମ୍ୟାଚ୍‌ର ଆୟୋଜନ କରିବ । ଦିନିକିଆ ଓ ଟି-୨୦ ମ୍ୟାଚ୍‌ଗୁଡ଼ିକ ବେଙ୍ଗାଲୁରୁରେ ଏବଂ ଟେଷ୍ଟ୍ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ଦିନିକିଆ ମ୍ୟାଚ୍ ଜୁନ୍ ୧୬ରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ହେବ । ଟେଷ୍ଟ ମ୍ୟାଚ୍ ଜୁନ୍ ୨୮ରୁ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯିବ । ଏହାପରେ ଦୁଇ ଟିମ୍ ଟି-୨୦ ସିରିଜ୍ ପାଇଁ ବେଙ୍ଗାଲୁରୁ ଫେରିବେ । ଟି-୨୦ ମ୍ୟାଚ୍ ଜୁଲାଇ ୫, ୭ ଓ ୯ ତାରିଖରେ ଖେଳାଯିବ । ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶରେ ଆୟୋଜିତ ହେବ ।

ତେଣୁ ଭାରତ-ସାଉଥ୍ ଆଫ୍ରିକା ଟି-୨୦ ସିରିଜ୍‌ର ଗୁରୁତ୍ୱ ବୃଦ୍ଧି ପାଇଛି । ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏବେ ବାଂଲାଦେଶ ଗସ୍ତରେ ଅଛି । ହରମନପ୍ରୀତ୍ କୌର୍‌ଙ୍କ ଟିମ୍ ବାଂଲାଦେଶ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ତିନିଟି ମ୍ୟାଚ୍ ଜିତି ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରିଛି । ଚତୁର୍ଥ ମ୍ୟାଚ୍ ୬ ତାରିଖରେ ଖେଳାଯିବ । ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଗତବର୍ଷ ଶେଷ ଆଡ଼କୁ ଦିନିକିଆ ଓ ଟି-୨୦ ସିରିଜ୍ ଖେଳାଯିବାର ଥିଲା । ମାତ୍ର ଅକ୍ଟୋବର-ନଭେମ୍ବରରେ ଭାରତରେ ଆଇସିସି ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବାକୁ ଫଳରେ ଏହି ସିରିଜ୍ ଟାଳି ଦିଆଯାଇଥିଲା । ସୀମିତ ଓଭର୍ ସିରିଜ୍‌ରେ ଏବେ ଟେଷ୍ଟ୍ ମ୍ୟାଚ୍ ବି ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking