36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶ୨୫ ବର୍ଷର ଇତିହାସ ସ୍ତବ୍ଧ; ଗାନ୍ଧୀ ପରିବାର ବିନା ଆମେଥୀ ଲଢ଼େଇରେ ଉତ୍ତୀର୍ଣ୍ଣ ହେବ କଂଗ୍ରେସ

୨୫ ବର୍ଷର ଇତିହାସ ସ୍ତବ୍ଧ; ଗାନ୍ଧୀ ପରିବାର ବିନା ଆମେଥୀ ଲଢ଼େଇରେ ଉତ୍ତୀର୍ଣ୍ଣ ହେବ କଂଗ୍ରେସ

ନୂଆଦିଲ୍ଲୀ: ୧୯୬୭ରେ ଲୋକସଭା କ୍ଷେତ୍ରର ମାନ୍ୟତା ପାଇଥିବା ଆମେଠୀକୁ ଗାନ୍ଧୀ ପରିବାରର ଗଡ ବୋଲି କୁହାଯାଇଥାଏ । ଉତ୍ତରପ୍ରଦେଶର ଆମେଥୀ ଲୋକସଭା ଆସନ ଆଜି ପର୍ଯ୍ୟନ୍ତ ଗାନ୍ଧୀ ପରିବାରର ଗଡ଼ ହୋଇ ରହିଆସିଥିଲା । ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗାନ୍ଧୀ ପରିବାରର ଦବଦବା ଏହି ଆସନରେ ଦେଖିବାକୁ ମିଳିଥିଲା । ବିଶେଷକରି ୨୫ ବର୍ଷ ଧରି କଂଗ୍ରେସ ଏଠାରୁ ପ୍ରତିନିଧିତ୍ୱ କରିଆସୁଥିଲା । କିନ୍ତୁ ୨୫ ବର୍ଷ ଇତିହାସ ଆଜି ସ୍ତବ୍ଧ ହୋଇଯାଇଛି । ଗାନ୍ଧୀ ପରିବାରର କୌଣସି ସଦସ୍ୟ ଏଥର ଏହି ଆସନରୁ ପ୍ରାର୍ଥୀ ହୋଇନାହାନ୍ତି । ଆମେଥୀ ଲୋକସଭା ଆସନରେ ହେବାକୁ ଥିବା ନିର୍ବାଚନରେ ଏଥର କଂଗ୍ରେସକୁ ଗାନ୍ଧୀ ପରିବାର ବିନା ଲଢ଼ିବାକୁ ହେବ । ସୂଚନାଯୋଗ୍ୟ, ଗତ ୨୦୧୯ ନିର୍ବାଚନରେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲ ।

ଏଠାରୁ ବିଜେପି ନେତ୍ରୀ ସ୍ମୃତି ଇରାନୀ, ରାହୁଲ ଗାନ୍ଧୀଙ୍କୁ ୫୫ ହଜାର ଭୋଟ୍‌ରେ ପରାଜିତ କରିଥିଲେ । ପ୍ରକାଶ, ୨୦୦୪ ମସିହାରେ ସୋନିଆ ଗାନ୍ଧୀ ରାହୁଲଙ୍କ ପାଇଁ ଏହି ଆସନ ଛାଡି ନିକଟବର୍ତ୍ତୀ ରାୟବରେଲୀ ଆସନରୁ ନିର୍ବାଚନ ଲଢିଥିଲେ । ରାହୁଲ ଗାନ୍ଧୀ ମଧ୍ୟ ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନରେ କ୍ରମାଗତ ଭାବେ ଏହି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଆସୁଥିଲେ । କିନ୍ତୁ ୨୦୧୯ ରେ ସେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ରାହୁଲ ଗାନ୍ଧୀ ଆମେଠୀ ଛାଡି ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଗାନ୍ଧୀ ପରିବାରର ନିକଟତର କୁହାଯାଉଥିବା କେଶୋରୀ ଲାଲ ଶର୍ମା ଏଥର ଆମେଠୀରେ ସ୍ମୃତି ଇରାନୀଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking