27.1 C
Bhubaneswar
Saturday, July 27, 2024
Homeଖେଳଆଇପିଏଲ୍‌ରେ ପ୍ରଥମ ଥର ‘କ୍ୟୁ କଲାର୍‌’ ବ୍ୟବହାର

ଆଇପିଏଲ୍‌ରେ ପ୍ରଥମ ଥର ‘କ୍ୟୁ କଲାର୍‌’ ବ୍ୟବହାର

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ବୁଧବାର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଇଂଲିଶ କ୍ରିକେଟର୍ ଟମ୍ କୋହଲର୍‌-କାଡ୍‌ମୋର୍ ପଦାର୍ପଣ କରିଥିଲେ । ପଦାର୍ପଣ ମ୍ୟାଚ୍‌ରେ ନିଜ ପ୍ରଦର୍ଶନରେ ପ୍ରଭାବିତ କରିବାରେ ସେପରି ସଫଳ ହୋଇନଥିଲେ ମଧ୍ୟ ତାଙ୍କ ବେକରେ ଲାଗିଥିବା ଏକ ଗ୍ୟାଜେଟ୍ ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକ ଏବଂ ଟିଭି ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା । ଅସଲରେ ଟମ୍ ‘କ୍ୟୁ କଲାର’ ନାମକ ଏକ ଡିଭାଇସ୍ ପିନ୍ଧିଥିଲେ । ଏହି କ୍ୟୁ କଲାର୍ ଖେଳାଳିଙ୍କୁ ମୁଣ୍ଡ ଆଘାତରୁ ବଞ୍ଚାଇବା ସହିତ ଏହାର ପ୍ରଭାବକୁ କମ୍ କରିଥାଏ । ବେକରେ ପିନ୍ଧାଯାଉଥିବା ଏହି ଡିଭାଇସ୍ ବେକର ଏକ ନିଶ୍ଚିତ ଶିରାକୁ ଚାପି ରଖିଥାଏ । ଯାହାଦ୍ୱାରା ମୁଣ୍ଡରେ ରକ୍ତ ପ୍ରବାହ ବଢ଼ିବା ସହିତ ରକ୍ତ ମୁଣ୍ଡରେ ହିଁ ରହିଥାଏ । ଫଳରେ ଏହି ରକ୍ତ ଏକ ପ୍ରକାର ଅତିରିକ୍ତ ସୁରକ୍ଷା ସ୍ତରର କାମ କରିଥାଏ । ଯାହାଦ୍ୱାରା ମୁଣ୍ଡରେ ଲାଗିଥିବା ଆଘାତର ପ୍ରଭାବ ହ୍ରାସ ପାଇଥାଏ । କାଠହଣା (ଉଡ୍‌ପିକର୍‌) ଚଢ଼େଇକୁ ଦେଖି ଆମେରିକୀୟ ଡାକ୍ତର ଡେଭିଭ୍ ସ୍ମିଥ୍‌ଙ୍କୁ ଏହି କ୍ୟୁ କଲାର ଆଇଡିଆ ଆସିଥିଲା । କାଠହଣା ଯେତେବେଳେ ନିଜ ଥଣ୍ଟ ଦ୍ୱାରା ଗଛର ଗଣ୍ଡିରେ ଗର୍ତ୍ତ ସୃଷ୍ଟି କରିଥାଏ ସେତେବେଳେ ତା’ ବେକ ପ୍ରାକୃତିକ ଭାବେ ସଙ୍କୁଚିତ ହୋଇଯାଇଥାଏ । ଏହାଦ୍ୱାରା ପୂରା ରକ୍ତ ପ୍ରବାହ ବେକରେ ଅଟକିଯାଏ । ଫଳରେ ତା’ ଥଣ୍ଡରେ ଲାଗୁଥିବା ଝଟ୍‌କା ମୁଣ୍ଡରେ ପହଞ୍ଚିପାରି ନଥାଏ । ଏହାକୁ ଦେଖି ହିଁ ଡାକ୍ତର ସ୍ମିଥ୍ କ୍ୟୁ କଲାର୍ ଡିଜାଇନ୍ କରିଛନ୍ତି । ପାରମ୍ପରିକ ହେଲ୍‌ମେଟ୍ ମୁଣ୍ଡକୁ ଆଘାତରୁ ବଞ୍ଚାଇବା କାମ କରିଥାଏ । ମାତ୍ର କ୍ୟୁ କଲାର୍ ଡିଭାଇସ୍ ମୁଣ୍ଡରେ ଲାଗିଥିବା ଆଘାତର ପ୍ରଭାବକୁ କମ୍ କରିବା ଉପରେ କେନ୍ଦ୍ରିତ ହୋଇଥାଏ ।
ସାରା ବିଶ୍ୱରରେ ରଗ୍‌ବୀ, ଆମେରିକୀୟ ଫୁଟ୍‌ବଲ୍‌, ସେଠାକାର କଲେଜ ସ୍ପୋର୍ଟ୍ସ ଏବଂ ୟୁରୋପିଆନ୍ ଫୁଟ୍‌ବଲ୍‌ରେ କ୍ୟୁ କଲାର୍‌ର ବହୁଳ ବ୍ୟବହାର ହେଉଛି । କ୍ୟୁ କଲାର୍ ନିର୍ମାତା କମ୍ପାନୀ ଦାବି କରେ ଯେ ଏହାଦ୍ୱାରା ନ୍ୟୁରୋନ୍ସ ଓ ଏକ୍ସାନ୍‌ରେ ହେବାକୁ ଥିବା ବିପଦ ୮୩ ପ୍ରତିଶତ ହ୍ରାସ ପାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking