26.9 C
Bhubaneswar
Wednesday, July 15, 2026
Homeଓଡିଶାସୋଆରେ ଆପ୍ଲାଏଡ୍ ମ୍ୟାଥମେଟିକ୍ସ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ

ସୋଆରେ ଆପ୍ଲାଏଡ୍ ମ୍ୟାଥମେଟିକ୍ସ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର, : ନିୟମିତ ଜ୍ଞାନ ଆହରଣ ଏବଂ ବିଦ୍ୟାକୁ ଅନ୍ୟମାନଙ୍କ ସହ ବାଂଟିବା ମଣିଷ ପାଇଁ ଖୁବ୍ ଜରୁରୀ ଏବଂ ଶିକ୍ଷା ଜଗତର ଏହା ଦ୍ୱାରା ବିକାଶ ହୋଇଥାଏ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟେଲେନ୍‌ବୋଶ୍ଚ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ.ଡି. ମାକିଣ୍ଡେ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଆପ୍ଲାଏଡ୍ ମ୍ୟାଥମେଟିକ୍ସ ସମ୍ପର୍କିତ ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀରେ ବକ୍ତବ୍ୟ ରଖି ପ୍ରଫେସର ମାକିଣ୍ଡେ ଜ୍ଞାନ ଆହରଣ ଓ ସହଯୋଗିତାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି ।
ପ୍ରଫେସର ମାକିଣ୍ଡେ କହିଥିଲେ ଯେ ପ୍ରଯୁକ୍ତି ଶିକ୍ଷା କ୍ଷେତ୍ରରେ ପରସ୍ପର ସହ ଯୋଗାଯୋଗ ରଖି ଜ୍ଞାନ ଆହରଣ କରିବା ଆବଶ୍ୟକ ।
ଏହି ଅବସରରେ ଅରୁଣାଚଳ ପ୍ରଦେଶର ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର ଡିନ୍ ପ୍ରଫେସର ଆର୍‌.ପି. ଶର୍ମା ନିଜ କାର୍ଯ୍ୟକୁ ମହତ୍ୱ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା, କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସମ୍ପାଦକ ଏବଂ ମ୍ୟାଥମେଟିକ୍ସ ବିଭାଗର ମୁଖ୍ୟ ପ୍ରଫେସର ସୁନୀତା ଚାନ୍ଦ ବକ୍ତବ୍ୟ ରଖିଥିବା ବେଳେ ଡକ୍ଟର ଅପୁଲ୍ ନାରାୟଣ ଦେବ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking