ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି। ରଥଯାତ୍ରାର ସୁରକ୍ଷା ଓ ସୁଚାରୁ ପରିଚାଳନା ପାଇଁ ପୁରୀରେ ଆରମ୍ଭ ହୋଇଛି ମକ୍ଡ୍ରିଲ୍ । ପୁରୀ ରିଜର୍ଭ ପୁଲିସ ଲାଇନ୍ ପଡ଼ିଆରେ ଚାଲିଛି ଏହି ବିଶେଷ ଅଭ୍ୟାସ। ଅତିରିକ୍ତ ଡିଜିଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ରଥଯାତ୍ରା ସମୟର ବିଭିନ୍ନ ପରିସ୍ଥିତିକୁ ନେଇ ମକ୍ଡ୍ରିଲ୍ କରାଯାଉଛି । ଏଥିରେ ରଥର ଇନର ଓ ଆଉଟର କର୍ଡନ ବ୍ୟବସ୍ଥା, ରଥଟଣା ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିଚାଳନା ଉପରେ ଅଭ୍ୟାସ କରାଯାଉଛି ।ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଛି ପୁଲିସ । ଜରୁରୀ ପରିସ୍ଥିତିରେ କିପରି ତୁରନ୍ତ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ରଥଯାତ୍ରା ସମୟରେ ଶୃଙ୍ଖଳିତ ଭିଡ଼ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଏହି ପ୍ରସ୍ତୁତି କରାଯାଉଛି ।









