34.5 C
Bhubaneswar
Monday, July 13, 2026
Homeଓଡିଶାସମ୍ବଲପୁର, ଅନୁଗୁଳ କୋର୍ଟକୁ ବୋମା ଧମକ

ସମ୍ବଲପୁର, ଅନୁଗୁଳ କୋର୍ଟକୁ ବୋମା ଧମକ

ସମ୍ବଲପୁର : ସମ୍ବଲପୁର କୋର୍ଟକୁ ପୁଣି ଥରେ ବୋମା ଧମକ ମିଳିଛି । କୋର୍ଟକୁ ବିସ୍ଫୋରଣରେ ଉଡାଇଦେବାକୁ ଇ- ମେଲ ମାଧ୍ୟମରେ ଧମକ ଦିଆଯାଇଥିବା ଜଣାପଡିଛି । ଏହି ଘଟଣା ପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ପୋଲିସ ଓ ସୁରକ୍ଷା ଟିମ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଗତ ଚାରି ମାସ ମଧ୍ୟରେ ସମ୍ବଲପୁର କୋର୍ଟକୁ ଏହା ଚତୁର୍ଥ ଥର ପାଇଁ ବୋମା ଧମକ ମିଳିଛି । ବାରମ୍ବାର ଏଭଳି ଧମକ ଆସୁଥିବାରୁ ଚିନ୍ତା ବଢିଛି । ଧମକପୂର୍ଣ୍ଣ ଇ-ମେଲର ଉତ୍ସ ଖୋଜିବା ପାଇଁ ସାଇବର ଟିମ ସହାୟତାରେ ତଦନ୍ତ ଚାଲିଛି । ଘଟଣାର ପ୍ରକୃତ କାରଣ ଓ ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ତଦନ୍ତ ପରେ ସ୍ପଷ୍ଟ ହେବ । କୋର୍ଟ କାର୍ଯ୍ୟକଳାପ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି । ଅନ୍ୟପଟେ, ସମ୍ବଲପୁର କୋର୍ଟକୁ ବୋମା ଧମକ ପରେ ପରେ ଅନୁଗୁଳ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି । ଏନେଇ ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟ କାରୀ ଟିମ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି କାହିଁକି ଏଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । କିନ୍ତୁ ବଡ କଥା ହେଉଛି ସବୁ କିଛିର ତଦନ୍ତ ପରେ ଜଣାପଡୁଛି ଯେ, ଏହା ମିଥ୍ୟା ଗୁଜବ ଖବର । ପୋଲିସ ଏହାକୁ ଦୃଷ୍ଟିରେ ରଖି ଯଦି କଠୋର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ହୁଏତ ଭୟରେ ଆଉ କେହି ଏଭଳି ବୋମା ଧମକ ଦେଇନଥାନ୍ତେ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି କିଛି ଅଜଣା ବ୍ୟକ୍ତି ଲୋକଙ୍କ ମନରେ ଅକାରଣରେ ଆତଙ୍କ ସୃଷ୍ଟି କରୁଛନ୍ତି । ଯାହାକି ମନରେ ଭୟ ଖେଳାଇଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking