ଭୁବନେଶ୍ୱର: ଲୋୟର ପିଏମଜିରେ ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନ୍ୟାୟ ଦାବିରେ ଧାରଣା । ନିଜର ଦୁଇଟି ମୁଖ୍ୟ ଦାବି ପୂରଣ ପାଇଁ ସେ ଏହି ଧାରଣା ଦେଇଛନ୍ତି । ସେ ବିଶେଷ କରି ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଏବଂ ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।ପ୍ରକାଶ ଥାଉ କି, ଚାମେଲି ଓଝା ସରପଞ୍ଚ ଉନ୍ନୟନ କାର୍ଯ୍ୟ ବିଷୟରେ ବିଡିଓଙ୍କ ସହିତ ଆଲୋଚନା କରିବାକୁ ଆସିଥିବାବେଳେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ କିଛି ଲୋକ ଚାମେଲିଙ୍କ ମୋବାଇଲ ଛଡ଼ାଇବା ସହିତ ଗାଳିଗୁଲଜ କରିଥିଲେ । ବିଡିଓ ଅଫିସ୍ରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।










