31.7 C
Bhubaneswar
Wednesday, July 8, 2026
Homeଓଡିଶାଦାଦନ ଦଲାଲ ସାବଧାନ: କଡ଼ା ଚେତାବନୀ ଦେଲେ ଶ୍ରମମନ୍ତ୍ରୀ

ଦାଦନ ଦଲାଲ ସାବଧାନ: କଡ଼ା ଚେତାବନୀ ଦେଲେ ଶ୍ରମମନ୍ତ୍ରୀ

ଭୁବନେଶ୍ୱର: ଦାଦନ ପ୍ରଥାକୁ ନେଇ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଶ୍ରମମନ୍ତ୍ରୀ ଦାଦନ ଦଲାଲଙ୍କୁ ଦେଇଛନ୍ତି କଡା ଚେତାବନୀ । ଲୋଭ ଦେଖାଇ ନାବାଳିକା ଓଶ୍ରମିକଙ୍କୁ ବାହାର ରାଜ୍ୟକୁ ପଠାଇଲେ ଆଉ ନିସ୍ତାର ନାହିଁ । ବିନା ପଞ୍ଜୀକରଣରେ ଶ୍ରମିକ ପଠାଉଥିବା ଦଲାଲଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଦାଦନ ପ୍ରଥାକୁ ସମ୍ପୁର୍ଣ୍ଣ ରୋକିବା ପାଇଁ ଏବେ ରାଜ୍ୟବ୍ୟାପୀ ସର୍ଭେ ଭାବେ ନ ସହ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ବିଶେଷ କରି ଲୋଭ ଦେଖାଇ ନାବାଳିକା ଓ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ପଠାଉଥିବା ଦଲାଲଙ୍କ ପ୍ରତି ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ବିନା ପଞ୍ଜୀକରଣରେ ଶ୍ରମିକ ସ୍ଥାନାନ୍ତର କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ କଡା ପଦକ୍ଷେପ ନିଆଯିବ ।  ଏହାସହ ରାଜ୍ୟର ସମସ୍ତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଶ୍ରମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି । ନିଜ ଅଞ୍ଚଳରୁ ବାହାରକୁ ଯାଉଥିବା ପ୍ରତ୍ୟେକ ଶ୍ରମିକଙ୍କ ସମ୍ପୂର୍ଣ୍ଣ ତଥ୍ୟ ପଞ୍ଚାୟତ ସ୍ତରରେ ସଂଗ୍ରହ କରାଯିବ । କିଏ, କେଉଁ ରାଜ୍ୟକୁ, କେଉଁ କାମ ପାଇଁ ଯାଉଛନ୍ତି ଏବଂ କେଉଁ ପରିସ୍ଥିତିରେ କାମ କରୁଛନ୍ତି—ସବୁ ଉପରେ ସରକାରଙ୍କ ସିଧାସଳଖ ନଜର ରହିବ ।ଏଥିସହ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଶାର ଶ୍ରମିକମାନଙ୍କ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ଯେଉଁ ଶ୍ରମିକମାନେ ଫେରିବାକୁ ଇଚ୍ଛୁକ, ସେମାନଙ୍କୁ ନିଜ ଜିଲ୍ଲାରେ କାର୍ଯ୍ୟଦକ୍ଷତା ଅନୁଯାୟୀ ରୋଜଗାର ଯୋଗାଇବାକୁ ସରକାର ଯୋଜନା କରୁଛନ୍ତି । ଦାଦନ ପ୍ରଥାର ପ୍ରକୃତ ସ୍ଥିତି ଜାଣିବା ପାଇଁ ରାଜ୍ୟବ୍ୟାପୀ ଗ୍ରାଉଣ୍ଡ ସର୍ଭେ ଆରମ୍ଭ ହେବ। ବ୍ଲକ ବିକାଶ ଅଧିକାରୀଙ୍କୁ ସ୍ୱତନ୍ତ୍ର ସର୍ଭେ ଫର୍ମ ପ୍ରଦାନ କରାଯାଇଥିବା ବେଳେ, ଖୁବଶୀଘ୍ର ଘରେ ଘରେ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ସରକାରଙ୍କ ଲକ୍ଷ୍ୟ ହେଉଛି ଦାଦନ ପ୍ରଥାକୁ ରୋକି ଶ୍ରମିକଙ୍କ ସୁରକ୍ଷା ସହ ରାଜ୍ୟ ଭିତରେ ରୋଜଗାରର ସୁଯୋଗ ସୃଷ୍ଟି କରିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking