31.7 C
Bhubaneswar
Wednesday, July 8, 2026
Homeଓଡିଶାଭୁବନେଶ୍ୱର କୋର୍ଟକୁ ବୋମା ଧମକ

ଭୁବନେଶ୍ୱର କୋର୍ଟକୁ ବୋମା ଧମକ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟକୁ ବୋମା ଧମକ । ଭୁବନେଶ୍ୱର କୋର୍ଟକୁ ବୋମା ଧମକ କଲ । ବୋମା ଧମକ ମିଳିବା ପରେ କୋର୍ଟ ଭିତରୁ କାମ ଛାଡି ଭୟରେ ସମସ୍ତେ ବାହାରକୁ ବାହାରିଛନ୍ତି। ଏଥିସହିତ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ସୂଚନାଅନୁସାରେ, ଭୁବନେଶ୍ୱର କୋର୍ଟକୁ ଏକ ଧମକପୂର୍ଣ୍ଣ କଲ ଆସିଛି । କୋର୍ଟ ପାଖାପାଖି ବୋମା ରଖାଯାଇଥିବା ନେଇ ଧମକ କଲ ଆସିଥିବା ଜଣାପଡିଛି । ତେବେ ବଡ କଥା ହେଉଛି କିଏ ଓ କାହିଁକି, ଏଭଳି ଧମକପୂର୍ଣ୍ଣ କଲ କରିଛି ତାହାର ଯାର ଯାଞ୍ଚ କରାଯାଉଛି । ଧମକ କଲ ମିଛ ନା ସତ ତାହାର ମଧ୍ୟ ସତ୍ୟାସତ୍ୟ ଯାଞ୍ଚ କରୁଛି ପୋଲିସ । ଏହି ଖବର ପ୍ରଥମ ଥର ନୁହେଁ ଏଭଳି ଅନେକ ମିଛ ଧମକ କଲ ଆସୁଥିବାର ମଧ୍ୟ ପୂର୍ବରୁ ନଜିର ରହିଛି । ପରେ ଜଣାପଡୁଛି ଯେ ତାହା ଏକ ଗୁଜବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking