25.6 C
Bhubaneswar
Wednesday, July 15, 2026
Homeଓଡିଶାକାରକୁ ଧକ୍କା ଦେଲା ଟ୍ରେଲର୍: ଜଣେ ଗୁରୁତର

କାରକୁ ଧକ୍କା ଦେଲା ଟ୍ରେଲର୍: ଜଣେ ଗୁରୁତର

ସୁନ୍ଦରଗଡ଼: ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ କୁ ଟ୍ରେଲର ପଛରୁ ଧକ୍କା ଦେଇଛି। ଦୁର୍ଘଟଣାରେ କାର୍ ର ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଆଗପଛ ହୋଇ ଏକ କାର୍ ଓ ଏକ ଟ୍ରେଲର୍ ଆସୁଥିବାବେଳେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ କାର୍ କୁ ଟ୍ରେଲର୍ ଧକ୍କା ଦେଇଥିଲା। ଧକ୍କାରେ କାର୍ ବୁଲିଯାଇ ଡିଭାଇଡର୍ ରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପରେ ଟ୍ରେଲର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ସୂଚନା ପାଇ ଟାଉନଥାନା ଓ ୧୧୨ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking