31.7 C
Bhubaneswar
Wednesday, July 8, 2026
Homeଦେଶ ବିଦେଶମୁମ୍ବାଇ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ମୁହାଁମୁହିଁ ଦୁଇ ବିମାନ

ମୁମ୍ବାଇ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ମୁହାଁମୁହିଁ ଦୁଇ ବିମାନ

ନୂଆଦିଲ୍ଲୀ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତିକ ବିମାନବନ୍ଦରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ସମାନ ରନୱେରେ ଦୁଇଟି ବିମାନ ସାମ୍ନାସାମ୍ନି ଆସିଯ୍‌ବ୍ରାଉ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନଟି ଲ୍ୟାଣ୍ଡିଂ ପରେ ରନୱେରେ ଅବସ୍ଥାନ କରିଥିଲା । ସେହି ସମୟରେ ଏୟାର ଇଣ୍ଡିଆର ଅନ୍ୟ ଏକ ବିମାନ ସେହି ରନୱେରୁ ଟେକଅଫ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା । ପରିସ୍ଥିତିର ଗୁରୁତ୍ୱ ବୁଝି ଏୟାର ଟ୍ରାଫିକ କଣ୍ଟ୍ରୋଲ ତୁରନ୍ତ ହସ୍ତକ୍ଷେପ କରି ପାଇଲଟଙ୍କୁ ଟେକଅଫ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଫଳରେ ଏକ ବଡ ଦୁର୍ଘଟଣା ଅଳ୍ପକେ ଏଡାଇଦିଆଯାଇଥିଲା । ଏବଂ ଶହ ଶହ ଯାତ୍ରୀଙ୍କର ଜୀବନ ସୁରକ୍ଷିତ ରହିଥିଲା । ଘଟଣା ପରେ ବିମାନବନ୍ଦରର କର୍ତ୍ତୃପକ୍ଷ ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking