31.7 C
Bhubaneswar
Wednesday, July 8, 2026
Homeଓଡିଶାବସ୍ ଧକ୍କାରେ ସ୍କୁଲ ଛାତ୍ର ମୃତ

ବସ୍ ଧକ୍କାରେ ସ୍କୁଲ ଛାତ୍ର ମୃତ

ବରଗଡ଼: ସବୁଦିନ ଭଳି ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ ରୋନକ । ହେଲେ ଜାଣିନଥିଲେ ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହୋଇଯିବ । ବରଗଡ଼ ସହରର ଘରୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ବସ୍ ଧକ୍କାରେ ଗୁରୁତର ଆହତ ହୋଇଥିବା ରୋନକଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ମାହୋଲ ସୃଷ୍ଟି ହୋଇଛି । ଜଣେ କୁନି ଛାତ୍ରଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦୁଃଖ ପ୍ରକାଶ ପାଇଛି । ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ଓ ବସ୍‌ ଚାଳକଙ୍କ ଭୂମିକା ନେଇ ତଦନ୍ତ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking