ସମ୍ବଲପୁର: ଲଗାଣ ବର୍ଷାରେ ସମ୍ବଲପୁର ଜନଜୀବନ ବେହାଲ ହୋଇପଡ଼ିଛି । ଏହି ସମୟରେ ସିଟି ଷ୍ଟେସନ ପଛପଟ ନାଳରେ ଦୁଇ ଯୁବକ ଭାସିଯାଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନାଳରେ ହଠାତ୍ ପାଣି ସ୍ରୋତ ବଢ଼ିଯିବାରୁ ଦୁଇ ଯୁବକ ଭାସିଯାଇଥିଲେ । ଏହି ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ଜଣେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗର ଟିମ୍ ଜୋରଦାର ତଲାଶି ଅଭିଯାନ ଚଳାଇଛି । ପ୍ରବଳ ବର୍ଷା ଯୋଗୁଁ ନାଳ ଓ ଜଳପଥରେ ପାଣିର ସ୍ରୋତ ବଢ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ କିଛି ବାଧା ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତା ଜାରି କରାଯାଇଛି ।










