28.8 C
Bhubaneswar
Monday, July 27, 2026
Homeଓଡିଶା୩ ଜିଲ୍ଲାକୁ ରେଡ୍ ଆଲର୍ଟ: ୭୦ କିମି ବେଗରେ ବହିବ ପବନ!

୩ ଜିଲ୍ଲାକୁ ରେଡ୍ ଆଲର୍ଟ: ୭୦ କିମି ବେଗରେ ବହିବ ପବନ!

ଭୁବନେଶ୍ୱର: ରାଜ୍ୟରେ ଆହୁରି ବିଗିଡ଼ିବ ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ସିଷ୍ଟମ ଏବେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଏହି ଗଭୀର ଅବପାତ ଏବେ ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ନିକଟରେ କେନ୍ଦ୍ରୀଭୂତ ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସିଷ୍ଟମ୍ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜି ଅପରାହ୍ନ ସୁଦ୍ଧା ଏହା ଓଡ଼ିଶାର ବାଲେଶ୍ୱର ଏବଂ ପଶ୍ଚିମବଙ୍ଗର କ୍ୟାନିଂ ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଉପକୂଳିଆ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇବା ସହ ନଦୀ ଓ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ୬୦-୭୦ କିମି ପର୍ଯ୍ୟନ୍ତ ରହିପାରେ।ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ, ବିଶେଷ କରି ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷା ହେବାର ଆଶଙ୍କା ଦେଖାଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୩ଟି ଜିଲ୍ଲା ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଭୟ ରହିଛି।

ପ୍ରବଳ ବର୍ଷା ସମ୍ଭାବନାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହାସହ ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନିକ ସ୍ତରରେ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking