28.5 C
Bhubaneswar
Saturday, July 25, 2026
Homeଓଡିଶାବ୍ରେକ୍ ଫେଲ୍ ହୋଇ ଖୁଣ୍ଟରେ ପିଟିହେଲା ସ୍କୁଟି: ୨ ମୃତ, ଜଣେ ଗୁରୁତର

ବ୍ରେକ୍ ଫେଲ୍ ହୋଇ ଖୁଣ୍ଟରେ ପିଟିହେଲା ସ୍କୁଟି: ୨ ମୃତ, ଜଣେ ଗୁରୁତର

ରାୟଗଡ଼ା: ରାୟଗଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ମନ୍ଦିରକୁ ଦର୍ଶନ ପାଇଁ ଯାଇ ଫେରୁଥିବାବେଳେ ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ଗୁଣପୁର ସହର ନୃତ୍ୟ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ଏବଂ କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକାର ଶମ୍ଭୁନାଥ ଦାଶ। ଅନ୍ୟ ଜଣେଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନାରୁ ଜଣାପଡିଛି ନୃତ୍ୟ ଶିକ୍ଷୟତ୍ରୀ ସସ୍ମିତା ଏକ ସ୍କୁଟିରେ ୨ ଜଣ ସହଯୋଗୀଙ୍କ ସହ ଗୁଣପୁର ଶେଫାଳି ପାହାଡ଼ ସ୍ଥିତ ଶିବ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଫେରିବା ସମୟରେ ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲା ଏବଂ ୩ ଜଣ ଗୁରୁତର ହୋଇଥିଲେ। ଖବର ପାଇଁ ଗୁରୁତରମାନଙ୍କୁ  ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁଣପୁର ଠାରେ ଶମ୍ଭୁନାଥ ମୃତ୍ୟୁବରଣ କରିଥିବା ବେଳେ ସସ୍ମିତା ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର ହେଉଥିବା ବେଳେ ପାରଳାଖେମୁଣ୍ଡି ଠାରେ ମୃତ୍ୟୁବରଣ କରିଥିଲେ । ଅନ୍ୟ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁଣପୁର ଅଞ୍ଚଳରେ ଶୋକର  ଛାୟା ଖେଳିଯାଇଛି। ଗୁଣପୁର ପୁଲିସ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking