25 C
Bhubaneswar
Tuesday, July 21, 2026
Homeଓଡିଶାଆଜି ହେରାପଞ୍ଚମୀ: ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଆଜି ହେରାପଞ୍ଚମୀ: ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ପୁରୀ: ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା । ଆଜି ହେରାପଞ୍ଚମୀ ନୀତି ଥିବାରୁ ସକାଳଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ବଢ଼ିବା ଆରମ୍ଭ ହୋଇଛି । ହେରାପଞ୍ଚମୀ ହେଉଛି ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ ଓ ଭାବପ୍ରବଣ ପରମ୍ପରା । ଏହି ଦିନ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନରେ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ନନ୍ଦିଘୋଷ ରଥ ପାଖକୁ ଯାଆନ୍ତି। ମହାପ୍ରଭୁଙ୍କୁ ସାଙ୍ଗରେ ନେଇନଥିବା ଅଭିମାନରେ ପରମ୍ପରା ଅନୁଯାୟୀ ରଥର ଏକ କାଠ ଭାଙ୍ଗି ପୁଣି ଶ୍ରୀମନ୍ଦିରକୁ ଫେରିଆସନ୍ତି । ଏହି ଅନନ୍ୟ ଲୀଳାକୁ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତମାନେ ପୁରୀରେ ପହଞ୍ଚିଛନ୍ତି ।ଭକ୍ତଙ୍କ ବ୍ୟାପକ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଣ୍ଡିଚା ମନ୍ଦିର ପରିସରର ସୁରକ୍ଷାକୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇଥିବାବେଳେ ପ୍ରତ୍ୟେକ ସ୍ଥାନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking