ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଆରମ୍ଭରୁ ଲୋକସଭାରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଦେଖାଦେଇଛି । ଏନେଇ ବାଚସ୍ପତି ଓମ ବିର୍ଲା ୧୨ ଟା ଯାଏଁଁ ଗୃହ ମୁଲତବୀ କରିଛନ୍ତି । ନିଟ ପ୍ରଶ୍ନ ପତ୍ର ଲିକ, ରାମ ମନ୍ଦିର ଦାନ ଅର୍ଥ ଚୋରି ପ୍ରସଙ୍ଗରେ ଆଲୋଚନା ଦାବି କରିଛନ୍ତି ବିରୋଧୀ । ସୂଚନା ଥାଉଖି, ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଭିଭାଷଣ ରଖିଥିଲେ । ଏହି ମୌସୁମୀ ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି । ଅଗଷ୍ଟ ୧୩ ଯାଏଁ ଚାଲିବ ।ଏପଟେ ମୌସୁମୀ ଅଧିବେଶନରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ପ୍ରସ୍ତୁତ ଥିବାବେଳେ, ବିରୋଧୀ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଫଳରେ ଆଗାମୀ ଦିନରେ ମଧ୍ୟ ସଂସଦରେ ତୁମୁଳ ବିତର୍କ ଓ ରାଜନୈତିକ ଟକ୍କର ଦେଖିବାକୁ ମିଳିପାରେ ।










