ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରଶାସନିକ ପରିବର୍ତ୍ତନ କରାଯାଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇ ଏବେ ଏହାକୁ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଭାବେ ନାମକରଣ କରାଯାଇଛି । ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଏହା କେବଳ ନାମରେ ପରିବର୍ତ୍ତନ । ବିଭାଗର କାର୍ଯ୍ୟ ପରିଧି, ପ୍ରଶାସନିକ କ୍ଷମତା , ଦାୟିତ୍ୱ କିମ୍ବା କର୍ମଚାରୀଙ୍କ ସେବା ସର୍ତ୍ତରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ଏହି ପରିବର୍ତ୍ତନ ମାଧ୍ୟମରେ ସ୍କୁଲ ଶିକ୍ଷା ସହ ନିର୍ଦ୍ଦେଶାଳୟର ପରିଚୟକୁ ଅଧିକ ସ୍ପଷ୍ଟ ଓ ସୁସଙ୍ଗତ କରିବାକୁ ସରକାର ଉଦ୍ଦେଶ୍ୟ ରଖିଥିବା କୁହାଯାଉଛି । ତେବେ ନାମ ବଦଳିଥିଲେ ମଧ୍ୟ ପୂର୍ବ ଭଳି ସମସ୍ତ ପ୍ରଶାସନିକ କାର୍ଯ୍ୟ , ସେବା ଓ ଦାୟିତ୍ୱ ଅପରିବର୍ତ୍ତିତ ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।










