25 C
Bhubaneswar
Tuesday, July 21, 2026
Homeଓଡିଶାଭିସୁଟରେ ଛାତ୍ରଛାତ୍ରୀଙ୍କ ଧାରଣା

ଭିସୁଟରେ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ବଲପୁର: ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଚରମରେ ପହଞ୍ଚିଛି । ହଷ୍ଟେଲରେ ଦିଆଯାଉଥିବା ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରଛାତ୍ରୀମାନେ ପୁଣି ଥରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଦୀର୍ଘ ଦିନ ଧରି ହଷ୍ଟେଲରେ ପରିବେଷଣ କରାଯାଉଥିବା ଖାଦ୍ୟର ମାନ ଅତ୍ୟନ୍ତ ଖରାପ। ଏହାକୁ ନେଇ ସେମାନେ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ ।ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଗେଟ୍ ସମ୍ମୁଖରେ ଧାରଣାରେ ବସି ତୁରନ୍ତ ଖାଦ୍ୟର ମାନ ସୁଧାରିବା ସହ ହଷ୍ଟେଲ ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ଦାବି କରିଛନ୍ତି । ଅନ୍ୟପଟେ, ଆନ୍ଦୋଳନକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାକୁ ଛାତ୍ରଛାତ୍ରୀ ଅପେକ୍ଷା କରିଥିବାବେଳେ, ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking