28.9 C
Bhubaneswar
Monday, July 20, 2026
Homeଦେଶ ବିଦେଶବର୍ଷା: ଅମରନାଥ ଓ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

ବର୍ଷା: ଅମରନାଥ ଓ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଆଜିଠାରୁ ଉଭୟ ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ। ଜମ୍ମୁ-କାଶ୍ମୀର ପ୍ରଶାସନ  ଭାରତୀୟ ପାଣିପାଗ ବିଭାଗର ପ୍ରତିକୂଳ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଛି।ପାଣିପାଗ ବିଭାଗ ପକ୍ଷରୁ ଜୁନ୍‌ ୧୯ରୁ ୨୩ ମଧ୍ୟରେ ମଧ୍ୟମରୁ ବଡ଼ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିବାରୁ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ଲାଗି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି । କାଶ୍ମୀର ଡିଭିଜନାଲ କମିଶନର ଅଂଶୁଲ ଗର୍ଗ ଏକ ବିବୃତିରେ କହିଛନ୍ତି, ଜୁଲାଇ ୧୯ରୁ ପହଲଗାମ୍ ଏବଂ ବାଲଟାଲ୍ ଉଭୟ ରୁଟରୁ ଅମରନାଥ ଯାତ୍ରା ସ୍ଥଗିତ ରହିବ ।ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରତିକୂଳ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ପାଇଁ ଶ୍ରୀ ଅମରନାଥଜୀ ଯାତ୍ରା ଜୁଲାଇ ୧୯ରୁ ପହଲଗାମ୍ ଏବଂ ବାଲଟାଲ୍ ଉଭୟ ରୁଟରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking