29 C
Bhubaneswar
Sunday, July 19, 2026
Homeଓଡିଶାଗର୍ଭବତୀଙ୍କୁ ମିଳିଲାନି ଆମ୍ବୁଲାନ୍ସ

ଗର୍ଭବତୀଙ୍କୁ ମିଳିଲାନି ଆମ୍ବୁଲାନ୍ସ

କଳାହାଣ୍ଡିପୁଣି ଜନନୀ ଯନ୍ତ୍ରଣା। ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଗ୍ରାମବାସୀ, ଭଡ଼ା ଅଟୋରେ ମେଡିକାଲ ଗଲେ ମହିଳା । କଳାହାଣ୍ଡି ଥୁଆମୂଳ ରାମପୁର ଘୁଟିଗୁଡ଼ାରୁ ଆସିଲା ବିକାଶର ଦୟନୀୟ ଚିତ୍ର । ସରକାରୀ କାଗଜପତ୍ରରେ ବିକାଶର ନାରା ଦିଆଯାଉଥିବାବେଳେ ଉପାନ୍ତ ଅଞ୍ଚଳରେ ବାସ୍ତବତା ଆଜି ବାସ୍ତବିକତା ଦେଖାଇଦେଇଛି ।ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ମିଳିଲାନି । ଶେଷରେ ଷ୍ଟ୍ରେଚରରେ ପ୍ରାୟ ଦୁଇ କିଲୋମିଟର କାଦୁଅ ଭରା ରାସ୍ତାରେ ବୋହି ମୁଖ୍ୟ ରାସ୍ତାକୁ ଆଣିଲେ ପରିବାର ଲୋକ ଓ ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁକୁ ଏକ ସବୁଦିନିଆ ପକ୍କା ରାସ୍ତା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରାଯାଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ଜରୁରୀ ସମୟରେ ରୋଗୀ ଓ ଗର୍ଭବତୀମାନେ ଏଭଳି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ତୁରନ୍ତ ମୌଳିକ ସୁବିଧା ସହ ରାସ୍ତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking