ବୌଦ୍ଧ: ଗଞ୍ଜେଇ ରେଡ୍ ବେଳେ ପୋଲିସ୍ କୁ ଆକ୍ରମଣ। ଗଞ୍ଜେଇ ଚୋରାଚାଲାଣ ଖବର ପାଇ ବୌଦ୍ଧ ଥାନା ହାଟଗାଁ ଅଞ୍ଚଳରେ ବିଳମ୍ବିତ ରାତିରେ ଚଢାଉ କରିଥିଲା ପୋଲିସ। ପୋଲିସକୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ କିଛି ଦୁର୍ବୃତ୍ତ। ପୋଲିସ ସେମାନଙ୍କୁ ଧରିବାକୁ ପିଛା କରିବା ବେଳେ କିଛି ଲୋକ ହଠାତ ଠେଙ୍ଗା, ବାଡ଼ି ଧରି ପୋଲିସକୁ ଆକ୍ରମନ କରିଥିଲେ। ପୋଲିସ ଗାଡ଼ି କାଚ ମଧ୍ୟ ଭାଙ୍ଗିଥିଲେ। ଆକ୍ରମଣ ୨ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ସହକର୍ମୀମାନେ ଆହତ ପୋଲିସ କର୍ମଚାରୀଙ୍କୁ ସେଠାରୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରଯାଇଛି। ଘଟଣା ପରେ ହାଟଗାଁ ଅଞ୍ଚଳକୁ ପୋଲିସ ଛାଉଣୀ ହୋଇଛି। ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୩୦ ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।










