29 C
Bhubaneswar
Sunday, July 19, 2026
Homeଓଡିଶାପ୍ରାୟ ୯ ଟଙ୍କାରେ ଅଣ୍ଡା ବିକ୍ରି: ମନ୍ତ୍ରୀ

ପ୍ରାୟ ୯ ଟଙ୍କାରେ ଅଣ୍ଡା ବିକ୍ରି: ମନ୍ତ୍ରୀ

ଭୁବନେଶ୍ୱର: ବଢିଲା ଅଣ୍ଡା ଦର । ବଜାରରେ ଗୋଟିଏ ଅଣ୍ଡାର ଦାମ ୯ଟଙ୍କା । କିଛି ଦିନ ତଳେ ୭ଟଙ୍କା ୧୫ ପଇସା ଥିଲା। ହଠାତ ଦର ସିଧା ୨ ଟଙ୍କା ବଢିଯାଇଛି। କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ ପୂର୍ବରୁ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ ଟଙ୍କାରେ ପହଞ୍ଚିଛି । ସେ କହିଛନ୍ତି, ଅଣ୍ଡା ଦର ବିଭିନ୍ନ କାରଣ ନେଇ ବଢିଛି। ୭ଟଙ୍କା ୧୫ ପଇସାରେ ଅଣ୍ଡା ବ୍ୟବସାୟୀମାନେ ବିକୁଛନ୍ତି । ଖୁଚୁରା ବ୍ୟବସାୟୀ ମାନେ ପାଖାପାଖି ୯ଟଙ୍କାରେ ବିକ୍ରି କରୁଛନ୍ତି। ବିଶ୍ୱସ୍ତରୀୟ ଚାହିଦା ବୃଦ୍ଧି ପାଉଛି, ଅଣ୍ଡା ରପ୍ତାନି ମଧ୍ୟ ବୃଦ୍ଧି ପାଇଛି । ଅଣ୍ଡାର ରପ୍ତାନୀ ବଢିଛି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ମୋର୍ଟଲିଟି ରେଟ ବଢିଛି। ତେଣୁ ଏହି ସବୁ ପ୍ରସଙ୍ଗ ହିଁ ଅଣ୍ଡା ଦର ବୃଦ୍ଧିର ମୁଖ୍ୟ କାରଣ। ସେହିପରି ୧ କୋଟି ଯାଏଁ ସବସିଡି ଦେଉଛୁ କିନ୍ତୁ ଆଗକୁ ଆଉ ୧୦ କୋଟି ଟଙ୍କା ସବସିଡି କରିବୁ। ଯାହାଫଳରେ ଅଣ୍ଡା ଚାହିଦା ପୂରଣ ହୋଇପାରିବ। ବର୍ତ୍ତମାନ ଦର କମିବ ସେତେବେଳେ ଯେତିକି ବେଳେ ଉତ୍ପାଦନ ବଢିବ। ପ୍ରତିଦିନ ୨ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking