29 C
Bhubaneswar
Sunday, July 19, 2026
Homeଦେଶ ବିଦେଶଜୋର୍ଡାନରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ମାର୍ଗଦର୍ଶିକା ଜାରି କଲେ ଟ୍ରମ୍ପ

ଜୋର୍ଡାନରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ମାର୍ଗଦର୍ଶିକା ଜାରି କଲେ ଟ୍ରମ୍ପ

ୱାସିଙ୍ଗଟନ୍‌: ଇରାନର ଡ୍ରୋନ୍‌ ଏବଂ ମିସାଇଲ  ଆକ୍ରମଣରେ ଚିଙ୍କ୍‌ ଉଠିଛି ଆମେରିକା । କ୍ରୋଧରେ ଗରଗର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକୀୟ ବାୟୁସେନା ଇରାନ ବିରୁଦ୍ଧରେ ଏକ ବଡ଼ ଏବଂ ଆକ୍ରମଣାତ୍ମକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି।  ଆମେରିକାର ଆକ୍ରମଣ ସମଗ୍ର ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଆମେରିକୀୟ ନାଗରିକଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି।

ସୁଚନାମୁତାବକ, ଜୋର୍ଡାନରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ପରେ ଉତ୍ତେଜନା ଆରମ୍ଭ ହୋଇଛି । ଆମେରିକୀୟ ସେନା ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛି ଯେ ଇରାନ ଦ୍ୱାରା ଏକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ଦୁଇ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ସହିତ, ଜଣେ ଆମେରିକୀୟ ସୈନିକ ଏବେ ବି ନିଖୋଜ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking