28.9 C
Bhubaneswar
Monday, July 20, 2026
Homeଓଡିଶାଆସୁଛି ଆଉ ଏକ ଲଘୁଚାପ : ୨୨ରୁ ୨୫ ଯାଏଁ ପ୍ରବଳ ବର୍ଷା

ଆସୁଛି ଆଉ ଏକ ଲଘୁଚାପ : ୨୨ରୁ ୨୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିବାକୁ ଯାଉଛି ପାଣିପାଗର ମିଜାଜ୍। ବାୟୁମଣ୍ଡଳରେ ପ୍ରଚୁର ଜଳୀୟ ବାଷ୍ପ ଯୋଗୁଁ ଆଜି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଜାଗାରେ ବର୍ଷାର ପରିମାଣ ୪୦ରୁ ୫୦ ମିଲିମିଟର କିମ୍ବା ତାଠାରୁ ଅଧିକ ମଧ୍ୟ ହୋଇପାରେ।କେବଳ ସେତିକି ନୁହେଁ, ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ୨୩-୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଯାହାର ପ୍ରଭାବରେ ୨୨ ରୁ ୨୫ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷିବ।  ଆରବ ସାଗର ଆଡୁ ପ୍ରଚୁର ଜଳୀୟ ବାଷ୍ପପୂର୍ଣ୍ଣ ପଶ୍ଚିମା ପବନ ଓଡ଼ିଶା ଆଡ଼କୁ ବହିବା ଆରମ୍ଭ କରିଛି। ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା ପ୍ରାୟ ୮୦ ରୁ ୯୦ ପ୍ରତିଶତ ଭିତରେ ରହିଛି। ଯଦିଓ ପୂର୍ବ ସିଷ୍ଟମ ବର୍ତ୍ତମାନ ଦୁର୍ବଳ ହୋଇଯାଇଛି।ତଥାପି ମୌସୁମୀ ସମୟରେ ଅଧିକ ଜଳୀୟ ବାଷ୍ପ ସାଙ୍ଗକୁ ସ୍ଥାନୀୟ ତାପମାତ୍ରା ବୃଦ୍ଧି ଯୋଗୁଁ ମେଘ ଘନୀଭୂତ ହେଉଛି। ଫଳରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ସମ୍ଭାବନା ସବୁଠୁ ଅଧିକ ରହିଛି। ବିଶେଷ କରି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଆଜି ବର୍ଷା ହୋଇପାରେ। ସୋମବାର ଉପକୂଳରେ ବର୍ଷା କମିବ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ସାମାନ୍ୟ ବଢ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking