28.4 C
Bhubaneswar
Tuesday, July 14, 2026
Homeଓଡିଶାକୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ: ସ୍ବାସ୍ଥ୍ୟମନ୍ତ୍ରୀ

କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି। ସ୍ଥିତି ଉପରେ ନଜର ରଖାଯାଇଛି। ସୀମାବର୍ତ୍ତୀ ଜିଲାରେ ସତର୍କ କରାଇଛୁ। ଆଗକୁ କେନ୍ଦ୍ର ସରକାର ଯାହା ପରାମର୍ଶ ଦେବେ କାର୍ଯ୍ୟକାରୀ କରାଯିବ। ପୁରୀ ରଥଯାତ୍ରା ପାଇଁ ୨୦୦ ଡାକ୍ତର ନିୟୋଜିତ ଅଛନ୍ତି।ପାରା ମେଡିକାଲ ଷ୍ଟାଫ ଓ ଆଇସିୟୁ ସହ ମେଡିସିନ ବ୍ୟବସ୍ଥା ରହିଛି।ସେପଟେ ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇଆଲର୍ଟ ଜାରି କରାଯାଇଛି॥ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ ଦିଆଯାଇଛି। SARI ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ ଟେଷ୍ଟ ଏବଂ ILI ରୋଗୀଙ୍କ ମଧ୍ୟରୁ ଅତି କମରେ ୫%ଙ୍କ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଦୈନିକ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଚିଠି ଲେଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking