28.4 C
Bhubaneswar
Tuesday, July 14, 2026
Homeଓଡିଶାଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ଜଳ ଅଭିଷେକ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇ ୧୫ ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବାରେ ଥିଲେ । ଏହି ସମୟରେ ଦଇତାପତି ସେବକମାନେ ଠାକୁରଙ୍କୁ ଶ୍ରୀଅଙ୍ଗ ସେବା ଓ ଔଷଧ ଉପଚାର ପ୍ରଦାନ କରିଥିଲେ । ଅଣସରର ଏହି ଦୀର୍ଘ ୧୫ ଦିନିଆ ଗୁପ୍ତଲୀଳା ପରେ ଆଜି ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ରତ୍ନବେଦୀରେ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।ଦଶମୀ ତିଥିରେ ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ନବଯୌବନ ରୂପ ପ୍ରଦାନ କରାଯାଇଛି । ସୂର୍ଯ୍ୟୋଦୟରୁ ଶ୍ରୀମନ୍ଦିରର ଦ୍ୱାର ଫିଟିବା ପରେ ଭକ୍ତମାନେ ରତ୍ନବେଦୀରେ ପ୍ରଭୁଙ୍କର ଏହି ଦିବ୍ୟ ଓ କାୟକଳ୍ପ ସଦୃଶ ନୂତନ ରୂପକୁ ଦର୍ଶନ କରିବା ପାଇଁ ଅପେକ୍ଷା କରି ରହିଥିଲେ । ମହାପ୍ରଭୁଙ୍କ ଏହି ସତେଜ ଓ ଆକର୍ଷଣୀୟ ନବଯୌବନ ରୂପ ଦର୍ଶନ କରିବା ମାତ୍ରେ ଭକ୍ତମାନେ ନିଜକୁ କୃତାର୍ଥ ମଣିବା ସହ ହରିବୋଲ ଓ ହୁଳହୁଳିରେ ଶ୍ରୀକ୍ଷେତ୍ରକୁ ମୁଖରିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking