29.4 C
Bhubaneswar
Wednesday, July 8, 2026
Homeଦେଶ ବିଦେଶଏଡିଜି ଅଖିଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ନାମକୁମରେ ଆଇଏମପିସିସି ବୈଠକ

ଏଡିଜି ଅଖିଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ନାମକୁମରେ ଆଇଏମପିସିସି ବୈଠକ

ନୂଆଦିଲ୍ଲୀ: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ରାଞ୍ଚି ପକ୍ଷରୁ ଆଇସିଏଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସେକେଣ୍ଡାରୀ ଏଗ୍ରିକଲଚର୍,ନାମକୁମଠାରେ ଇଣ୍ଟର୍ ମିଡିଆ ପବ୍ଲିସିଟି କୋଅର୍ଡିନେସନ୍ କମିଟି (ଆଇଏମପିସିସି)ର ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେପିଆଇବି ରାଞ୍ଚି ଓ ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ଅଧ୍ୟକ୍ଷତା କରିଥିଲେ।ଉଦଘାଟନୀ ଅଭିଭାଷଣରେ ଶ୍ରୀ ମିଶ୍ର କହିଥିଲେ, ଯେକୌଣସି ବାର୍ତ୍ତାର ପ୍ରଭାବୀ ପ୍ରସାର ପାଇଁ ଯୋଗାଯୋଗର ବିଭିନ୍ନ ଦିଗ ପ୍ରତିସମାନ ଧ୍ୟାନ ଦିଆଯିବା ଆବଶ୍ୟକ। ସୂଚନା ଆଦାନ ପ୍ରଦାନରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଏହାସରକାରୀ ସୂଚନାର ବିଶ୍ୱସନୀୟ ପ୍ରସାରରେ ସହାୟକ ହୋଇଥାଏ । ପିଆଇବି ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋର (ସିବିସି) ମୁଖ୍ୟଶ୍ରୀ ଗୌରବ କୁମାର ପୁଷ୍କର ଅଂଶଗ୍ରହଣକାରୀମାନଙ୍କୁ ପିଆଇବି ଏବଂ ସିବିସିର କାର୍ଯ୍ୟକାରିତା ଏବଂ ସୂଚନା ପ୍ରସାରରେସେମାନଙ୍କର ଭୂମିକା ବିଷୟରେ ସୂଚନା ଦେଇଥିଲେ।ରାଞ୍ଚିର ଏମ୍ଏସ୍ଏମ୍ଇ-ଡିଏଫ୍ଓ ର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରଜିତ ଯାଦବ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ଦକ୍ଷତାବିକାଶ
ପଦକ୍ଷେପ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଝାଡ଼ଖଣ୍ଡରନ୍ୟୁଜ୍ୟୁନିଟ୍ ମୁଖ୍ୟ ତଥା ଦୂରଦର୍ଶନ ନ୍ୟୁଜର ସହକାରୀ ନିର୍ଦ୍ଦେଶକ ଶ୍ରୀ ଦିବାକର କୁମାର ସରକାରୀ ଯୋଜନା ଏବଂ ଜାତୀୟକାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନାର ପ୍ରଭାବଶାଳୀ ପ୍ରସାରରେ ଦୂରଦର୍ଶନର ଭୂମିକା ଉପରେ ଆଲୋକପାତ କରିଥିବାବେଳେଦୂରଦର୍ଶନ ରାଞ୍ଚିର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଅମିତ କୁମାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୂରଦର୍ଶନ ଝାଡ଼ଖଣ୍ଡର ବୃଦ୍ଧିପାଉଥିବା ପ୍ରସାର ବିଷୟରେ କହିଥିଲେ।

ୟୁଆଇଡିଏଆଇର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ନୀରଜ କୁମାର ଆଧାର ସେବାର ସମ୍ପ୍ରସାରଣ, ନୂଆ ଆଧାର ଆପ୍, ଏପିଏଆରଆଇଡିଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ରେ ଆଧାରର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଅରୁଣ କୁମାର, ସିଜିଏସଟି ରାଞ୍ଚିର ପ୍ରତିନିଧି ଶ୍ରୀ ରବି କୁମାରଏବଂ ନାବାର୍ଡର ପ୍ରତିନିଧି ଶ୍ରୀ ଅମିତ କୁମାର ନିଜ ନିଜ ସଂସ୍ଥାର ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।ଆକାଶବାଣୀ ରାଞ୍ଚିର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ପ୍ରଭୁ ଶରଣ ଜନସ୍ୱାର୍ଥ ସମ୍ବନ୍ଧୀୟ ସୂଚନା ପ୍ରସାରରେ ଆକାଶବାଣୀରଭୂମିକା ବିଷୟରେ କହିଥିଲେ। ମାଇଁ ଭାରତ ଝାଡ଼ଖଣ୍ଡର ରାଜ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ଲଲିତା କୁମାରୀ ଯୁବ ସଂସଦ, ବିବିଧ ଭାରତ ଯୁବନେତୃତ୍ବ ବାର୍ତ୍ତାଳାପ ଏବଂ ପରୀକ୍ଷାମୂଳକ ଶିକ୍ଷା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ରାଞ୍ଚି ୟୁନିଟରନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଅଧୀକ୍ଷକ ଶ୍ରୀ ସାରିକ ଉମର ଏବଂ ଆଇସିଏଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ସେକେଣ୍ଡାରୀ ଏଗ୍ରିକଲଚରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ନିରନ୍ତର ପ୍ରସାଦ ଯଥାକ୍ରମେ ନିଶାଦ୍ରବ୍ୟ ନିୟନ୍ତ୍ରଣ ଏବଂ କୃଷିନବସୃଜନ ସମ୍ବନ୍ଧୀୟ ପଦକ୍ଷେପ ଉପରେ ସୂଚନା ସେୟାର କରିଥିଲେ। ଏହି ବୈଠକରେ ଆକାଶବାଣୀ ରାଞ୍ଚିର ଶ୍ରୀ ଜାଭିୟର୍କାଣ୍ଡୁଲାନା, ଦୂରଦର୍ଶନ ରାଞ୍ଚିର ଶ୍ରୀ ସୁଧୀର କୁମାର ଏବଂ ୟୁଆଇଡିଏଆଇର ଶ୍ରୀ ଅବଦୁଲ କଲାମ ଅନସାରୀ ପ୍ରମୁଖ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking