28.8 C
Bhubaneswar
Monday, July 27, 2026
Homeଓଡିଶାବିଷାକ୍ତ ସାପ କାମୁଡ଼ାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ବିଷାକ୍ତ ସାପ କାମୁଡ଼ାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣିଗୁଡା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଗର୍ଭବତୀ ମହିଳାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି।ସୂଚନାଯୋଗ୍ୟ, ପୂର୍ଣ୍ଣିଗୁଡା ଗ୍ରାମର ସଦନ ଭତ୍ରା ଏବଂ ତାଙ୍କ ସ୍ତ୍ରୀ ବୈଦି ଭତରା (୨୪) ରାତିରେ ଖାଇପିଇ ତଳେ ଶୋଇଥିଲେ। ତେବେ ଭୋର ୪ ଘଣ୍ଟା ସମୟରେ ବୈଦି କୌଣସି ଏକ ସରୀସୃପ ପ୍ରାଣୀ କାମୁଡ଼ିଥିବା ଜାଣି ପାରି ସ୍ୱାମୀଙ୍କୁ କହିଥିଲେ। ପରେ ପରିବାର ଲୋକ ଘରେ ଖୋଜିବା ପରେ ଏକ ବିଷାକ୍ତ ସାପ ଦେଖି ସାପ କାମୁଡ଼ିଥିବା ଜାଣିବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ଆଗରୁ ବୈଦିଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking