28.8 C
Bhubaneswar
Monday, July 27, 2026
Homeଓଡିଶାବର୍ଷା ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି: ରାଜସ୍ବ ମନ୍ତ୍ରୀ

ବର୍ଷା ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଲଗାଣ ବର୍ଷା ଓ ସମ୍ଭାବ୍ଯ ବନ୍ଯା ସ୍ଥିତିର ସମୀକ୍ଷା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁମାନ କରାଯାଉଛି । ସେଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।ଆଲର୍ଟ ଥିବା ଜିଲ୍ଲାପାଳ ମାନଙ୍କ ସହ ବୈଠକ ମଧ୍ଯ କରାଯାଇଛି । ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ କରିସାରିଛି । ନଜର ରଖିବାକୁ, ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନେ ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରି ପାଲ ବ୍ୟବସ୍ଥା କରିବାକୁ କୁହାଯାଇଛି। ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ଉକ୍ତ ଜିଲ୍ଲାରେ ଆଲର୍ଟ କରାଯାଇଛି । ବର୍ଷା ହେଲେ ଯାହା ଆବଶ୍ୟକତା ଅଛି ସବୁ ବ୍ୟବସ୍ଥା କରାଯାଇଛି। ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଫ୍ଲାସ ଫ୍ଲଡ ପାଇଁ ମୋଟର ପମ୍ପ ନେଇ ଆଲର୍ଟ କରାଯାଇଛି। ପୌର, ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ମଙ୍ଗଳବାର ସନ୍ଧ୍ୟା ଯାଏଁ ଆମକୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ ହେବ । ଉପର ମୁଣ୍ଡରେ ବର୍ଷା ହେଲେ ଆମ ରାଜ୍ୟରେ ବନ୍ୟା ଆସେ । ଯେହେତୁ ଉପର ମୁଣ୍ଡରେ ବର୍ଷା ନାହିଁ ତେଣୁ ବନ୍ୟା ଆଶଙ୍କା ନାହିଁ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking