25.7 C
Bhubaneswar
Saturday, July 25, 2026
Homeଦେଶ ବିଦେଶ୬ ଦିନର ବିରତି ପରେ ପୁଣି ଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା

୬ ଦିନର ବିରତି ପରେ ପୁଣି ଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ୬ ଦିନ ପରେ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା ।  ଖରାପ ପାଣିପାଗ, ଭୂସ୍ଖଳନ ଏବଂ ସୁରକ୍ଷା କାରଣରୁ ୬ ଦିନ ଧରି ସ୍ଥଗିତ ରହିବା ପରେ ଆଜିଠୁ ପୁଣି ଶ୍ରୀଅମରନାଥ ଯାତ୍ରା ଆରମ୍ଭ ହୋଇଛି । ପାଗରେ ସୁଧାର ଆସିବା ଏବଂ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଯାତାୟାତ ପାଇଁ ଖୋଲିବା ପରେ ଜାମ୍ମୁର ଭଗବତୀ ନଗର ଆଧାର ଶିବିରରୁ ୬ ହଜାରରୁ ଅଧିକ ଶ୍ରଦ୍ଧାଳୁ କଡ଼ା ସୁରକ୍ଷା ମଧ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି ।ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଯାତ୍ରା ମାର୍ଗରେ ବିଶେଷ ନଜର ରଖିଥିବା  ବେଳେ  କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଯାତ୍ରା ପୁଣି ଆରମ୍ଭ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏବେ ସୁଦ୍ଧା ପ୍ରାୟ ଚାରି ଲକ୍ଷ ଶ୍ରଦ୍ଧାଳୁ ବାବା ବରଫାନୀଙ୍କ ଦର୍ଶନ କରିସାରିଲେଣି । ଏହି ଯାତ୍ରା ଅଗଷ୍ଟ ୨୮ ତାରିଖ ରକ୍ଷାବନ୍ଧନ ଅବସରରେ ସମାପ୍ତ ହେବ। ଶ୍ରୀ ଅମରନାଥ ଯାତ୍ରାକୁ ଜୁଲାଇ ୧୯ ତାରିଖରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍ଥଗିତ ରଖାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking