25.7 C
Bhubaneswar
Saturday, July 25, 2026
Homeଓଡିଶାବିଶ୍ୱର ସର୍ବବୃହତ ରଥରେ ତିନି ଠାକୁରଙ୍କ ନିଆରା ସୁନାବେଶ

ବିଶ୍ୱର ସର୍ବବୃହତ ରଥରେ ତିନି ଠାକୁରଙ୍କ ନିଆରା ସୁନାବେଶ

ପୁରୀ :  ବିଶ୍ଵ ର ସର୍ବ ବୃହତ୍ ରଥ କେନ୍ଦୁଝର ରଥ ଉପରେ ତିନି ଠାକୁରଙ୍କର ନିଆରା ସୁନା ବେଶ ଦେଖିବାକୁ ଭକ୍ତ ଙ୍କର ପ୍ରବଳ ଭିଡ ।  କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଆଜି ସୁନାବେଶ ଅନୁଷ୍ଠିତ ହେଉଛି । ଆଜି ପାଗ ମେଘୁଆ ସହ ପ୍ରବଳ ବର୍ଷା ସତ୍ଵେ ଏହି ସୁନା ବେଶ ଦେଖିବାକୁ ଶ୍ରଦ୍ଧାଳୁ ଙ୍କର ପ୍ରବଳ ଭିଡ ଦେଖିବା କୁ ମିଳିଛି । ବିଶ୍ଵ ର ସର୍ବବୃହତ ରଥ ତଥା ବିଶ୍ବ ପ୍ରସିଦ୍ଧ କେନ୍ଦୁଝର ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ବଡଠାକୁର , ମାତା ସୁଭଦ୍ରା ଓ କାଳିଆ ଠାକୁର ଜଗତର ନାଥ ଜଗନ୍ନାଥ ଙ୍କର ଏକ ସଂଙ୍ଗେ ସୁନାବେଶ କୁ ଭକ୍ତ ମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଥିଲା ଖୁବ ନିଆରା ।

କେନ୍ଦୁଝର ର ଏହି ସୁନାବେଶ ରେ ଠାକୁରଙ୍କ ଦେହରେ ପ୍ରାୟ ୧୬ କେ.ଜି ଓଜନର ସୁନା ଓ ୬୦ କେ.ଜି. ଓଜନର ରୂପା ଅଳଙ୍କାର ଲାଗି କରାଯାଇଛି । ପୂର୍ବାହ୍ନ ୧୨ ଟା ସମୟ ରେ ଉପଜିଲ୍ଲାପାଳ ଙ୍କ ସହ ମାଜିଷ୍ଟେଟ ଓ ବ୍ୟାପକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଟ୍ରେଜେରୀ ଓ ଏସ ବି ଆଇ ଲକର ରୁ ତିନି ଠାକୁର ଙ୍କ ର ସୁନା ରୂପା ଗହଣା ରଥ  ଉପରକୁ ଅଣାଯାଇ ତିନି ଠାକୁର ଙ୍କୁ ସୁସଜ୍ଜିତ କରାଯାଇଥିଲା । ଏହି ସୁନାବେଶ ଦିନ ୩ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଙ୍କପାଇଁ ଖୋଲା ରହିବାର ର କାର୍ଯ୍ୟକ୍ରମ ରହିଛି । ଭକ୍ତ ମାନଙ୍କ ଭିଡ କୁ ଆଖି ଆଗରେ ରଖି ଓ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ  ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ  ମୃତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking