ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ମିଶନ ୭୦ ଲକ୍ଷ ବୃକ୍ଷ ରୋପଣ ଅଭିଯାନର ଶୁଭାରମ୍ଭ ଏବଂ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀର ବିକାଶ ପାଇଁପ୍ରସ୍ତୁତ ଗ୍ରାଣ୍ଡ ମାଷ୍ଟର ପ୍ଲାନ ଅଧୀନରେ ଶ୍ରୀ ଅମିତ ଶାହ ୩୦୦ଟି ଇଲେକ୍ଟ୍ରିକ୍ ବସ୍ର ଶୁଭାରମ୍ଭ କରିବା ସହଭର୍ଚୁଆଲ୍ ମାଧ୍ୟମରେ ୩ଟି ନବନିର୍ମିତ ବସ୍ ଡେପୋ ଓ ୪୦ଟି ଗାଡ଼ି ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହାସହ ସେନରେଲାଠାରେ ଏକ ହାଇ-ସିକ୍ୟୁରିଟି ଜେଲ୍ର ଶିଳାନ୍ୟାସ କରିବା ସହିତ ଅଞ୍ଚଳର ପୁନରୁଦ୍ଧାର ଅଭିଯାନର ମଧ୍ୟ ଶୁଭାରମ୍ଭକରିଛନ୍ତି। ଏହି ଅବସରରେ କେନ୍ଦ୍ର ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ, ଦିଲ୍ଲୀରଉପ-ରାଜ୍ୟପାଳ ଶ୍ରୀ ତରଞ୍ଜିତ ସିଂହ ସାନ୍ଧୁ, ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ହର୍ଷମଲହୋତ୍ରା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଦିଲ୍ଲୀର ରିଜ୍ଅଞ୍ଚଳରେ ଅନେକ ବିଷାକ୍ତ ଏବଂ କଣ୍ଟାଜାତୀୟ ଗଛ ଦେଖିବାକୁ ମିଳୁଛି, ଯାହା ବାହାରକୁ ଏକ ସବୁଜ ଦିଲ୍ଲୀର ଭ୍ରମ ସୃଷ୍ଟିକରୁଥିଲେ ମଧ୍ୟ ଆମ ପରିବେଶ ପାଇଁ ଆଦୌ ଅନୁକୂଳ ନୁହେଁ। ସେ କହିଛନ୍ତି ଯେ, ୧୯୯୪ ମସିହାରେ ଦିଲ୍ଲୀର ରିଜ୍ ଅଞ୍ଚଳର୭,୭୮୪ ହେକ୍ଟର ଜମିକୁ ଭାରତୀୟ ବନ ଅଧିନିୟମ ଅନୁସାରେ ଅଧିସୂଚନା ପ୍ରକାଶ କରାଯାଇଥିଲା, କିନ୍ତୁ ବିଗତ ୩୦ ବର୍ଷ ଧରି
ଏହାର ଚୂଡ଼ାନ୍ତ ଅଧିସୂଚନା ଜାରି କରାଯାଇ ନଥିଲା। ସେ କହିଛନ୍ତି ଯେ ଦିଲ୍ଲୀ ସରକାର ଏହି ଦିଗରେ ଏକ ସକାରାତ୍ମକ ପଦକ୍ଷେପ
ଗ୍ରହଣ କରି ଏହି ଅଞ୍ଚଳର ୫,୦୦୦ ହେକ୍ଟର ଜମିକୁ ଜଙ୍ଗଲ ଜମି ଭାବେ ଘୋଷଣା କରିଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ସରକାରସମଗ୍ର ରିଜ୍ ଅଞ୍ଚଳକୁ ଆଇନଗତ ସୁରକ୍ଷା ପ୍ରଦାନ କରିବାକୁ ଯାଉଛନ୍ତି, ଯାହା ଏହାର ଜୈବ ବିବିଧତା, ମୃତ୍ତିକା, ଜଳ ଏବଂଦିଲ୍ଲୀର ପରିବେଶକୁ ଏକ ନୂଆ ରୂପ ଦେବ। ଆସନ୍ତା ତିନି ବର୍ଷ ମଧ୍ୟରେ ସମଗ୍ର ରିଜ୍ ଅଞ୍ଚଳରେ ଅଶ୍ବତ୍ଥ, ବର, ନିମ୍ବ,ଡିମିରି, ଅର୍ଜୁନ ଏବଂ ଜାମୁ ଭଳି ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚୁଥିବା ଗଛ ଲଗାଯାଇ ଏହାକୁ ଏକ ସବୁଜ ଦିଲ୍ଲୀର ଫୁସଫୁସ ରେପରିଣତ କରାଯିବ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ପେଡ୍ ମା’ କେନାମ ଅଭିଯାନର ଶୁଭାରମ୍ଭ କରି ଦେଶରେ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଏକ ଅଭୁତପୂର୍ବ ପ୍ରୟାସ ଆରମ୍ଭ କରିଛନ୍ତି। ସେକହିଛନ୍ତି ଯେ ଅଦିନିଆ ଏବଂ ବେପରୁଆ ଭାବେ ଗଛ କଟାଯିବା ଯୋଗୁଁ ଓଜୋନ ସ୍ତରରେ ବଡ଼ ବଡ଼ ଛିଦ୍ର ସୃଷ୍ଟି ହୋଇଛି, ଯାହାପୃଥିବୀର ତାପମାତ୍ରାରେ ଅସନ୍ତୁଳନର କାରଣ ସାଜିଛି। ଏହି ସମସ୍ୟାକୁ ରୋକିବାର ଏକମାତ୍ର ଉପାୟ ହେଉଛି ପୃଥିବୀରୁଅଙ୍ଗାରକାମ୍ଳ ଏବଂ କାର୍ବନ ମୋନୋକ୍ସାଇଡ୍ ଗ୍ୟାସର ନିର୍ଗମନକୁ ହ୍ରାସ କରିବା। ସେ କହିଛନ୍ତି ଯେ କେବଳ ଗଛ ହିଁ ଏହିକାର୍ଯ୍ୟ ସଫଳତାର ସହ କରିପାରିବ ଏବଂ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକ ପେଡ୍ ମାଆ କେ ନାମସ୍ଲୋଗାନ ଦେଇଛନ୍ତି।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଜନସାଧାରଣଙ୍କୁ ନିଜ ମାଆ ଏବଂ ଧରିତ୍ରୀ ମାତାଙ୍କ ଉଦ୍ଦେଶ୍ୟରେ ଗଛ ଲଗାଇବାକୁ ଆହ୍ୱାନଦେଇଛନ୍ତି। ଏହି ଅଭିଯାନ ନିଜର ଦ୍ୱିମୁଖୀ ଉଦ୍ଦେଶ୍ୟ ସହ ଆଗାମୀ ଦିନରେ ଭାରତକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ସେକହିଛନ୍ତି ଯେ, ଏହି ଅଭିଯାନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱକୁ ଏହି ବାର୍ତ୍ତା ଦେଇଛି ଯେ ପରିବେଶ ସନ୍ତୁଳନକୁଅଣଦେଖା କରି କରାଯାଉଥିବା ବିକାଶର କୌଣସି ମୂଲ୍ୟ ନାହିଁ। ଶ୍ରୀ ଶାହ ଦିଲ୍ଲୀବାସୀଙ୍କୁ ନିଜ ମାଆଙ୍କ ନାମରେ ଅତିକମରେଗୋଟିଏ ଗଛ ଲଗାଇବାକୁ ଏବଂ ଏହି ପ୍ରୟାସରେ ପିଲାମାନଙ୍କୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି, କାରଣ ଭବିଷ୍ୟତରେସେମାନଙ୍କୁ ହିଁ ସବୁଜ ଦିଲ୍ଲୀର ସଂକଳ୍ପକୁ ଆଗକୁ ନେବାକୁ ହେବ।ଶ୍ରୀ ଅମିତ ଶାହ ସମସ୍ତ ଦିଲ୍ଲୀବାସୀଙ୍କୁଗ୍ରୀନ୍ ଡ୍ରାଇଭ୍ ପୋର୍ଟାଲ୍ପରିଦର୍ଶନ କରି ବୃକ୍ଷରୋପଣ ପାଇଁ ନିଜର ସ୍ଲଟ୍ ବୁକ୍କରିବାକୁ ଏବଂ ଆଖପାଖର ସ୍କୁଲ୍, କଲୋନୀ, ମନ୍ଦିର ଓ ସୋସାଇଟିରେ ଯେଉଁଠି ବି ଜାଗା ମିଳୁଛି, ସେଠାରେ ଗଛ ଲଗାଇ ସବୁଜଦିଲ୍ଲୀର ସଂକଳ୍ପକୁ ପୂରଣ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆରମ୍ଭକରାଯାଇଥିବା ବୃକ୍ଷ ରଥ ମାଧ୍ୟମରେ ଲୋକଙ୍କୁ ମାଗଣା ଚାରା ଯୋଗାଇ ଦିଆଯାଉଛି ଏବଂନର୍ସରୀ ଲୋକେଟରସୁବିଧାଦ୍ୱାରା ନିକଟସ୍ଥ ନର୍ସରୀଗୁଡ଼ିକ ବିଷୟରେ ମଧ୍ୟ ସୂଚନା ମିଳିପାରୁଛି।
ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଭାରତ ସରକାର ଏବଂ ଦିଲ୍ଲୀ ସରକାର ଆସନ୍ତା ଚାରି ବର୍ଷ ମଧ୍ୟରେ ୬,୩୦୦ ହେକ୍ଟରବିଶିଷ୍ଟ ସବୁଜ ରିଜ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ଜମିରେ ବିକଶିତ କରିବା ସହ ଏହାର ସୁରକ୍ଷା ନିଶ୍ଚିତ କରିବାକୁସଂକଳ୍ପ ନେଇଛନ୍ତି। ଏହି ୬,୩୦୦ ହେକ୍ଟର ସବୁଜ ରିଜ୍ ଆଗାମୀ ଦିନରେ ଦିଲ୍ଲୀର ଫୁସଫୁସ ସାଜିବ, ଯାହା ରାଜଧାନୀରପରିବେଶକୁ ସୁରକ୍ଷିତ ରଖିବ। ଏହା ଅଧୀନରେ ୧ କୋଟିରୁ ଅଧିକ ଦେଶୀ ଗଛ, ୬୫ ଲକ୍ଷରୁ ଅଧିକ ବଡ଼ ଗଛ ଏବଂ ଅନ୍ୟ ୬୫ ଲକ୍ଷଚାରା ରୋପଣ କରାଯିବ। ସେ କହିଛନ୍ତି ଯେ ଦିଲ୍ଲୀ ସରକାର ଭାରତ ସରକାରଙ୍କ ପକ୍ଷୀ ଆଟଲାସ୍ ମଧ୍ୟ ପ୍ରସ୍ତୁତ କରିଛୁ।ସମଗ୍ର ପ୍ରାକୃତିକ ଇକୋସିଷ୍ଟମର ପୁନରୁଦ୍ଧାର ପାଇଁ ଏହା ଏକ ବ୍ୟାପକ ପ୍ରୟାସ ବୋଲି ସେ କହିଛନ୍ତି।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ରିଜ୍ ଅଞ୍ଚଳରେ ୭୦ରୁ ଅଧିକ ପୋଖରୀ ଏବଂ ଛୋଟ ଛୋଟରେସ୍ତୋରାଁ ରହିବ ଏବଂ ସେଠାରେ ଥିବା ପ୍ରତ୍ନତାତ୍ତ୍ୱିକ ଢାଞ୍ଚାଗୁଡ଼ିକୁ ମଧ୍ୟ ସଂରକ୍ଷିତ କରାଯିବ। ସେ କହିଛନ୍ତି ଯେ ରିଜ୍
ଅଞ୍ଚଳରେ ଆଠଟି ସ୍ୱତନ୍ତ୍ର ଜଙ୍ଗଲ ବିକଶିତ କରାଯିବ, ଯେଉଁଥିରେ ନକ୍ଷତ୍ର ବନ, ମେଲ ବନ, ଋଷି ବନ, ତୀର୍ଥଙ୍କର ବନ,ଶଙ୍କର ବନ, ବାମନ ବୃକ୍ଷ ବନ ଏବଂ ପୁରାନି ବାଟିକା ସାମିଲ ରହିଛି। ଏହା ମାଧ୍ୟମରେ ଲୋକଙ୍କୁ ପ୍ରକୃତି ସହ ଯୋଡ଼ିବା ପାଇଁପ୍ରୟାସ କରାଯିବ।ଶ୍ରୀ ଅମିତ ଶାହ କହିଛନ୍ତି ଯେ ଯମୁନା ନଦୀର ନିର୍ମଳୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବାଲକ୍ଷ୍ୟକୁ ପୂରଣ କରିବା ପାଇଁ ସେମାନେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ଗୋଶାଳା ଓଡାଏରୀଗୁଡ଼ିକରୁ ଗୋବର ଆଉ ସିଧାସଳଖ ଯମୁନା ନଦୀକୁ ବୋହିଯିବ ନାହିଁ।
ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ସହିତ ଶୀଘ୍ର ଏକଚୁକ୍ତିନାମା ସ୍ୱାକ୍ଷରିତ ହେବ, ଯେଉଁଥିରେ ଯମୁନା ନଦୀକୁ ଯେପରି ଗୋଟିଏ କିଲୋଗ୍ରାମ ଗୋବର ମଧ୍ୟ ପ୍ରବେଶ ନକରେ ତାହାନିଶ୍ଚିତ କରାଯିବ। ସେ କହିଛନ୍ତି ଯେ ପୂର୍ବ ଦିଲ୍ଲୀ ସରକାର ଦୈନିକ ୧,୫୦୦ ମେଟ୍ରିକ୍ ଟନ୍ ଗୋବର ଯମୁନା ନଦୀରେପକାଉଥିଲେ। ଏବେ, ମୋଦୀ ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ଏହିଗୋବରକୁଗ୍ୟାସ୍ ଏବଂ ପ୍ରାକୃତିକ ସାରରେ ପରିଣତ କରାଯିବ, ଯାହା ଯମୁନା ନଦୀର ନିର୍ମଳୀକରଣରେ ଏକ ବଡ଼ ଅବଦାନ ରଖିବ। ଶ୍ରୀ ଶାହକହିଛନ୍ତି ଯେ ବିଗତ ଏକ ବର୍ଷ ମଧ୍ୟରେ ୧୨୯ଟି ମଇଳା ପାଣି ବିଶୋଧନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ଏବଂ ଆଗାମୀ ଦିନରେଆଉ ୫୯ଟି କେନ୍ଦ୍ର ସ୍ଥାପନ କରାଯିବ। ଏହି କେନ୍ଦ୍ରଗୁଡ଼ିକ ବିଶୋଧିତ ଜଳକୁ ଯମୁନାରେ ଛାଡ଼ିବେ ଏବଂ ଏହି କେନ୍ଦ୍ରଗୁଡ଼ିକରୁନିର୍ଗତ ଜଳର ଗୁଣବତ୍ତା ଯେପରି ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଛି, ତାହା ମଧ୍ୟ ସୁନିଶ୍ଚିତ କରାଯିବ।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ସରକାର ଏକ ବୈଦ୍ୟୁତିକ ଯାନ (ଇଭି) ନୀତି ଆରମ୍ଭ କରିଛନ୍ତି। ଯମୁନାନିର୍ମଳୀକରଣ, ରିଜ୍ ଅଞ୍ଚଳର ବ୍ୟାପକ ରୂପାନ୍ତରଣ, ପରିବେଶ ପରିସଂସ୍ଥାର ପୁନରୁଦ୍ଧାର ଏବଂ ଇଭି ନୀତି ଭଳି ପଦକ୍ଷେପମାଧ୍ୟମରେ ଆମେ ଏକ ସବୁଜ ଏବଂ ଅଧିକ ସ୍ଥାୟୀ ଦିଲ୍ଲୀର ସ୍ୱପ୍ନକୁ ସାକାର କରିବୁ।










